ଆଜିଠୁ ସରକାରୀ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଆଜିଠୁ ସାରା ରାଜ୍ୟରେ ସରକାରୀ ବସ ଚଳାଚଳ ବନ୍ଦ।  ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଓ ପଦୋନ୍ନତି ଭଳି ୫ ଦଫା ଦାବି ନେଇ OSRTC କର୍ମଚାରୀମାନେ ଏହି ବନ୍ଦ  ଡାକରା ଦେଇଛନ୍ତି।

ବନ୍ଦକୁ ସମର୍ଥନ କରି କୋରାପୁଟ ଜିଲ୍ଲା ଜୟପୁର OSRTC କର୍ମଚାରୀ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ କୋରାପୁଟ ଏବଂ ମାଲକାନଗିରି ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।  ସରକାରୀ ବସ ଚଳାଚଳ ବନ୍ଦ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।