ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିବେ ବିଧାନସଭା ଗୃହ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାକୁ ନେଇ ରାଜ୍ୟ ବିଧାନସଭା ଓ ଆଜି ଲୋକସଭାରେ ତୁମ୍ଭିତୋଫାନ ହେବାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଗଠନ ହୋଇଛି । ଏହି କମିଟିରେ ମୋଟ ୮ଜଣ ସଦସ୍ୟ ରହିଛନ୍ତି। ଆଜି ବିଧାନସଭାରେ ଏହି ଗୃହ କମିଟି ସମ୍ପର୍କରେ ଘୋଷଣା ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ପାଇଁ ଗୃହ କମିଟିର ଅଧ୍ୟକ୍ଷ ଭାବେ ବାଚସ୍ପତି ଶ୍ରୀ ପାତ୍ର ଥିବାବେଳେ ଆଇନ ମନ୍ତ୍ରୀ ପ୍ରତାପ […]

puri

Ordigital Desk
  • Published: Thursday, 31 March 2022
  • , Updated: 31 March 2022, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାକୁ ନେଇ ରାଜ୍ୟ ବିଧାନସଭା ଓ ଆଜି ଲୋକସଭାରେ ତୁମ୍ଭିତୋଫାନ ହେବାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଗଠନ ହୋଇଛି । ଏହି କମିଟିରେ ମୋଟ ୮ଜଣ ସଦସ୍ୟ ରହିଛନ୍ତି। ଆଜି ବିଧାନସଭାରେ ଏହି ଗୃହ କମିଟି ସମ୍ପର୍କରେ ଘୋଷଣା ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ପାଇଁ ଗୃହ କମିଟିର ଅଧ୍ୟକ୍ଷ ଭାବେ ବାଚସ୍ପତି ଶ୍ରୀ ପାତ୍ର ଥିବାବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ଉଭୟ ପୁରୀର), ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ସଦସ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ନେଇ ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିଥିଲେ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏନେଇ ଆଜି ଲୋକସଭାରେ ଉଦବେଗ ବ୍ୟକ୍ତ କରିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ । ଅବଶ୍ୟ ଶ୍ରୀମନ୍ଦିର ପାଖରେ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି ବୋଲି କହି ବିଜେଡି ସାଂସଦ ପିନାକୀ ମିଶ୍ର ଖୋଲାଖୋଲି ଭାବେ ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ଫାଙ୍କି ଦେଇଥିଲେ । ମାତ୍ର ବିଧାନସଭାରେ ମାର୍ଚ୍ଚ ୨୯ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ନିମନ୍ତେ ବିଧାନସଭା ଗୃହ କମିଟି ଗଠନ କରିବାକୁ ରାଜ୍ୟ ସରକାର ସହମତି ଜଣାଇଥିଲେ । ସେହି ଆଧାରରେ ଆଜି ଗୃହ କମିଟି ଗଠନ ହୋଇଛି । ଏହି କମିଟି ସହ ବିଧାନସଭାର ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି ।

Related story