୮୬ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚି ଥିବା ବେଳେ ନୂତନ ଭାବେ ଚିହ୍ନଟ ୮୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ସୂଚନା ଅନୁଯାୟୀ, କେନ୍ଦୁଝରରେ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ପୁରୀରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଗୁଜରାଟରୁ ଓ ଅନ୍ୟ ଦୁଇ ଜଣ […]

corona1

Jitendra Garnayak
  • Published: Friday, 22 May 2020
  • , Updated: 22 May 2020, 01:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚି ଥିବା ବେଳେ ନୂତନ ଭାବେ ଚିହ୍ନଟ ୮୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି।

ସୂଚନା ଅନୁଯାୟୀ, କେନ୍ଦୁଝରରେ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

ପୁରୀରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଗୁଜରାଟରୁ ଓ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଗଞ୍ଜାମର ୫ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ସୁରତରୁ ଓ ଜଣେ ତାମିଲନାଡୁରୁ ଫେରିଥିଲେ। ବାକି ୨ ଜଣ ସ୍ଥାନୀୟ ଅଞ୍ଚଳର।


ଯାଜପୁରର ୪୬ ଜଣଙ୍କ ମଧ୍ୟରୁ ୩୭ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନାରୁ, ୨ ଜଣ ତାମିଲନାଡୁରୁ, ୪ ଜଣ ୟୁଏଇରୁ, ଜଣେ ଛତିଶଗଡ଼ରୁ ଓ ଜଣେ ହରିଆଣାରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଥିବା ବେଳେ ସେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିଲେ।

ଖୋର୍ଦ୍ଧାରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଓ ସେ ମହାରାଷ୍ଟ୍ରରୁ ଫେରିଥିଲେ। ଅନ୍ୟ ୨ ଜଣ ସ୍ଥାନୀୟ ଅଞ୍ଚଳର।


ନୟାଗଡ଼ରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
୧୧ ଜଣ କଟକରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପଶ୍ଚିମବଙ୍ଗ, ୩ ଜଣ ଗୁଜରାଟ, ଜଣେ ତାମିଲନାଡୁ ଓ ୨ ଜଣ ତେଲେଙ୍ଗାନାରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର।

ବାଲେଶ୍ୱରରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୪ ଜଣ ମହାରାଷ୍ଟ୍ର ଓ ଜଣେ ତେଲେଙ୍ଗାନରୁ ଫେରିଥିଲେ ଏବଂ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

ଭଦ୍ରକରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨ ଜଣ ସ୍ଥାନୀୟ ଅଞ୍ଚଳର।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧୧୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୭୮୯ ଚିକିତ୍ସାଧୀନ ଅଛନ୍ତି।

Related story