ଚାଷୀଙ୍କୁ ଧୋକା ଦେଲା ସରକାରୀ ବିହନ

ଖୋର୍ଦ୍ଧା (ବଳରାମ ଲେଙ୍କା ):  ଧୋକା ଦେଲା ସରକାରୀ ବିହନ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିହନ ଗଜା ହେଉନଥିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଅନ୍ୟ ଉପାୟ ନ ପାଇ ଚଢ଼ା ଦରରେ ବାହାରୁ ତଳି କିଣି ରୋଉଛନ୍ତି ଚାଷୀ । ଅନେକ ସ୍ଥାନରେ ତଳି ବି ମିଳୁନି। ଏପରି ସମସ୍ୟାରେ ଅତିଷ୍ଠ ହୋଇ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ନବନିର୍ମାଣ କୃଷକ ସଂଗଠନ । ଚାଷୀଙ୍କ ଲାଗି ସରକାର […]

khurda-1.1..

Niharika Rout
  • Published: Thursday, 08 August 2019
  • , Updated: 08 August 2019, 01:06 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା ):  ଧୋକା ଦେଲା ସରକାରୀ ବିହନ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିହନ ଗଜା ହେଉନଥିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଅନ୍ୟ ଉପାୟ ନ ପାଇ ଚଢ଼ା ଦରରେ ବାହାରୁ ତଳି କିଣି ରୋଉଛନ୍ତି ଚାଷୀ । ଅନେକ ସ୍ଥାନରେ ତଳି ବି ମିଳୁନି।

ଏପରି ସମସ୍ୟାରେ ଅତିଷ୍ଠ ହୋଇ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ନବନିର୍ମାଣ କୃଷକ ସଂଗଠନ ।

ଚାଷୀଙ୍କ ଲାଗି ସରକାର ବେଶ୍‌ ତତ୍ପର ଥିବା ଆତ୍ମ ପ୍ରଚାର କରୁଥିବା ବେଳେ ତାହା କେବଳ ପ୍ରଶଂସା ସାଉଣ୍ଟିବା ଲାଗି ଉଦ୍ଦିଷ୍ଟ ବୋଲି ବୁଝିବାକୁ ବାକି ନାହିଁ। ସୋସାଇଟିରୁ ଚାଷୀ କିଣିଥିବା ବିହନ ଗଜା ହେବା ନାଁ ଧରୁନି। ଏପରି ସ୍ଥିତିରେ ଧାନ ରୋଇବା ସମୟ ଗଡ଼ି ଯାଉଛି।  ଚାଷକୁ ବଞ୍ଚାଇବା ଚିନ୍ତାରେ ମୁଣ୍ଡରେ ହାତ ଦେଲେଣି ଚାଷୀ। କେମିତି ଚାଷକୁ ବଞ୍ଚାଇବେ ତାହା କେହି ବୁଝିପାରୁ ନାହାନ୍ତି ।

ବିହନ କିଣିବା ପରେ ଏବେ ପୁଣି ବାହାରୁ ତଳି କିଣି ଦ୍ୱିଗୁଣା ଖର୍ଚ୍ଚାନ୍ତ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ଟାଙ୍ଗୀ, ନିରାକାରପୁର, ବେଗୁନିଆ, ବୋଲଗଡ଼ ଓ ଜଟଣୀ ଅଞ୍ଚଳର ଶହ ଶହ ଚାଷୀ ବିଭିନ୍ନ ସୋସାଇଟିରୁ ଧାନ ବିହନ କିଣି ଚାଷ କାମ ଆରମ୍ଭ କରିଥିଲେ । ସମୟ ଗଡ଼ିଯାଇଥିଲେ ମଧ୍ୟ ଗଜା ବାହାରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ନିମ୍ନମାନର ବିହନ ଦେବା ପଛରେ ଦୁର୍ନୀତିର ଗନ୍ଧ ବାରିଛି କୃଷକ ସଂଗଠନ । ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଅନ୍ୟପଟେ କୃଷି ବିଭାଗ ସଫେଇରେ କହିଛି, ଅଭିଯୋଗ ମିଳିବା ପରେ ବିଭିନ୍ନ ସୋସାଇଟିରୁ ୧୭୩ କ୍ୱିଣ୍ଟାଲ ବିହନ ଫେରାଇ ନିଆଯାଇଛି ।  ଆଗକୁ ଅଭିଯୋଗ ଆସିଲେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବ ।

Related story