ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ପୁଣି ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୭ ପଇସା ଥିଲା। ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ […]

Bus

Jitendra Garnayak
  • Published: Thursday, 31 March 2022
  • , Updated: 31 March 2022, 07:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ପୁଣି ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୭ ପଇସା ଥିଲା।

ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୫ ପଇସା ଥିବା ବେଳେ ଏହାକୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି କରାଯାଇଛି।

ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବଢ଼ାଯାଇଛି। ସେହିପରି ସୁପର ପ୍ରିମିୟମ ବସ୍‌ ଭଡ଼ା କିମି ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି କରାଯାଇଛି।

ଗତ ୧୦ ଦିନ ଭିତରେ ନବମ ଥର ଲାଗି ଆଜି ତେଲ ଦର ବଢ଼ାଇଛନ୍ତି ରାଷ୍ଟ୍ରାୟତ ତୈଳ କମ୍ପାନୀ। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ଘଟି ୧୦୮ ଟଙ୍କା ୮୨ ପଇସା ହୋଇଥିବା ବେଳେ ଡିଜେଲ ୮୫ ପଇସା ମହଙ୍ଗା ହୋଇ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି । ଆଜିକୁ ମିଶାଇ ୯ ଦିନରେ ପେଟ୍ରୋଲ ଲିଟର ପିଛା ୭ ଟଙ୍କା ୦୪ ପଇସା ଓ ଡିଜେଲ ୬ ଟଙ୍କା ୯୧ ପଇସା ବଢ଼ିଲାଣି।

Related story