‘ନ ଲୁଚି ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ପଶ୍ଚିମବଙ୍ଗ ଫେରନ୍ତା ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇପାରିଥାନ୍ତି । ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗ ଫେରନ୍ତା ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇ ନମୁନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ନିଜ ଗସ୍ତ ସମ୍ପର୍କରେ ସରକାରଙ୍କୁ ଜଣାଇବା ସହ ଘରେ ଆଇସୋଲେସନରେ ରହିବା ଉଚିତ। […]

kokkalat-3-1

Niharika Rout
  • Published: Friday, 01 May 2020
  • , Updated: 01 May 2020, 09:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇପାରିଥାନ୍ତି । ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗ ଫେରନ୍ତା ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇ ନମୁନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ନିଜ ଗସ୍ତ ସମ୍ପର୍କରେ ସରକାରଙ୍କୁ ଜଣାଇବା ସହ ଘରେ ଆଇସୋଲେସନରେ ରହିବା ଉଚିତ। ଏଥିସହ ସେମାନେ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ହେଲପଲାଇନ୍ ୧୦୪, ୨୪ ଘଣ୍ଟା ଖୋଲା ରହିଛି । ଯଦି ସେମାନଙ୍କଠାରେ ଥଣ୍ଡା ଓ କାଶର ଲକ୍ଷଣ ଅନୁଭୂତ ହେଉଥାଏ ତେବେ ଡାକ୍ତରୀ ପରାମର୍ଶ ପାଇଁ ୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Related story