ସରକାରୀ ଉପଯୋଗ ପାଇଁ ଘରୋଇ ଗାଡ଼ି ଭଡ଼ାରେ ନେବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି କୌଣସି ସରକାରୀ ସଂସ୍ଥା ଘରୋଇ ଗାଡ଼ିକୁ ଭଡ଼ାରେ ନେଇପାରିବେ ନାହିଁ । ଯଦି କୌଣସି ସରକାରୀ ସଂସ୍ଥା ବା ଅଧିକାରୀ ଏଭଳି କରିବେ ତାଙ୍କ ନାଁରେ ଆଇପିସିର ଧାରା ୧୮୮ ଅନ୍ତର୍ଗତ ମାମଲା ରୁଜୁ ହେବା ସହ ସରକାରୀ କାର୍ଯ୍ୟରେ ଭଡ଼ାରେ ଲାଗିଥିବା ଗାଡ଼ି ବିରୁଦ୍ଧରେ ଇ-ଚାଲାଣ ଜାରି ହେବା ସହ ସେହି ଗାଡ଼ିକୁ ବ୍ୟବସାୟିକ ପାସେଞ୍ଜର ଗାଡ଼ି(ଟ୍ରାନ୍ସପୋର୍ଟ ବର୍ଗ)କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନର ସଞ୍ଜିବ […]

hui

Hemant Lenka
  • Published: Monday, 28 September 2020
  • , Updated: 28 September 2020, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି କୌଣସି ସରକାରୀ ସଂସ୍ଥା ଘରୋଇ ଗାଡ଼ିକୁ ଭଡ଼ାରେ ନେଇପାରିବେ ନାହିଁ । ଯଦି କୌଣସି ସରକାରୀ ସଂସ୍ଥା ବା ଅଧିକାରୀ ଏଭଳି କରିବେ ତାଙ୍କ ନାଁରେ ଆଇପିସିର ଧାରା ୧୮୮ ଅନ୍ତର୍ଗତ ମାମଲା ରୁଜୁ ହେବା ସହ ସରକାରୀ କାର୍ଯ୍ୟରେ ଭଡ଼ାରେ ଲାଗିଥିବା ଗାଡ଼ି ବିରୁଦ୍ଧରେ ଇ-ଚାଲାଣ ଜାରି ହେବା ସହ ସେହି ଗାଡ଼ିକୁ ବ୍ୟବସାୟିକ ପାସେଞ୍ଜର ଗାଡ଼ି(ଟ୍ରାନ୍ସପୋର୍ଟ ବର୍ଗ)କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ପଣ୍ଡା ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି ଯେ, ମୋଟରଯାନ ଆଇନ-୧୯୮୮ର ଉଲ୍ଲଘଂନ କରି ବେଆଇନ ଭାବେ ଅନେକ ଘରୋଇ ପାସେଞ୍ଜର ଗାଡ଼ିକୁ ସରକାରୀ ସଂସ୍ଥା ଓ ଅଧିକାରୀମାନେ ଭଡ଼ାରେ ନେଉଥିବା ଦେଖିବାକୁ ମିଳୁଛି। ତେଣୁ ଏଣିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସରକାରୀ ଉଦ୍ୟୋଗ, ପୌର ସଂସ୍ଥା, ସ୍ୱୟଂଶାସିତ ସଂସ୍ଥା, ଶିଳ୍ପ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ଏଣିକି କେବଳ ମୋଟର କ୍ୟାବ, ମାକ୍ସି କ୍ୟାବ ଓ ଓମନି ବସ ଯାହାକି ଟ୍ରାନ୍ସପୋର୍ଟ ବର୍ଗରେ ପଞ୍ଜିକୃତ ହୋଇଥିବ ତାକୁ ହିଁ ଭଡ଼ାରେ ନେଇପାରିବେ।

ରେଜିଷ୍ଟ୍ରେସନ ସାର୍ଟିଫିକେଟରୁ ଗାଡ଼ି କେଉଁ ବର୍ଗରେ ପଞ୍ଜିକରଣ ହୋଇଛି ତାହା ଯାଂଚ କରିପାରିବେ। ସମ୍ପୃକ୍ତ ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବ ଓ ସେଥିରେ କଳା ଅକ୍ଷରରେ ନମ୍ବର ଲେଖାଯାଇଥିବା ଜରୁରୀ। ସେହି ଗାଡ଼ିର ବୈଧ ପରମିଟ୍ ଥିବା ଜରୁରୀ। ବୀମା,ଫିଟନେସ,ଟ୍ୟାକ୍ସ ଅପଟୁଡେଟ୍ ଆଦି ସହ ପଲ୍ୟୁସନ୍ ସାର୍ଟିଫିକେଟ୍ ମଧ୍ୟ ରହିଥିବା ଜରୁରୀ।
ଘରୋଇ ଗାଡ଼ିକୁ ସରକାରୀ ଉପଯୋଗରେ ଭଡ଼ାରେ ଲାଗିଛି କି ନାହିଁ ତାହା ଏଣିକି କଡ଼ାକଡ଼ି ଯାଂଚ କରାଯିବ ବୋଲି ରାଜ୍ୟ ପରିବହନ କମିଶନର ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

Related story