୫୮୮ କୋଟି ଟଙ୍କାର ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସରକାରୀ ଜମି ଆବଣ୍ଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇଜି ଅଫ ଡୁଇଙ୍ଗ ବିଜିନେସ୍ ଅନ୍ତର୍ଗତ ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଇଡ୍‌କୋ ମାଧ୍ୟମରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଏହି ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୫୮୮କୋଟି ଟଙ୍କାର ନିବେଶ ହେବ ଓ ୩୨୪୫ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରୁ ଜଣାପଡ଼ିଛି ଯେ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, କୃଷି […]

asit-tripathy-cs

asit-tripathy-cs

Tapas Behera
  • Published: Thursday, 10 December 2020
  • Updated: 10 December 2020, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇଜି ଅଫ ଡୁଇଙ୍ଗ ବିଜିନେସ୍ ଅନ୍ତର୍ଗତ ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଇଡ୍‌କୋ ମାଧ୍ୟମରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଏହି ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୫୮୮କୋଟି ଟଙ୍କାର ନିବେଶ ହେବ ଓ ୩୨୪୫ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରୁ ଜଣାପଡ଼ିଛି ଯେ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି ନିର୍ମାଣ, ବିହନ ପ୍ରକ୍ରିୟାକରଣ, ସରଞ୍ଜାମ ନିର୍ମାଣ ଆଦି ପ୍ରକଳ୍ପ ସାମିଲ ରହିଛି। ପ୍ରକଳ୍ପଗୁଡ଼ିକୁ ଜମି ଆବଣ୍ଟନ ନିମନ୍ତେ ନୀତିଗତ ଅନୁମୋଦନ ଦେଇ ଇଡକୋ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଓ ନୋଡାଲ ବିଭାଗଗୁଡ଼ିକ ମାଧ୍ୟମରେ ଆସିଥିବା ୧୨ଟି ଓ ଜିଲ୍ଲସ୍ତରୀୟ ସିଙ୍ଗଲୱିଣ୍ଡୋ ମାଧ୍ୟମରେ ଆସିଥିବା ୧୫ଟି ପୁଞ୍ଜିନିବେଶର ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଥିଲା। ମୁଖ୍ୟତଃ ବି-ୱାନ୍ ବିଜିନେସ ହାଉସ ପ୍ରାଇଭେଟ୍ ଲିଃର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲକନ ସାମୁଦ୍ରିକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଓ ଇନଟେକ୍ ଇଣ୍ଡିଆ ଲିଃର ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦନ ଉଦ୍ୟୋଗ ପାଇଁ ଡେରାସର ସି-ଫୁଡ୍ ପାର୍କରେ ଜମି ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ୟୁବିଏନ୍ ସଫ୍ଟୱେୟାର ୟୁନିଟ୍ ଓ ରାଜ୍ୟ ଡାଟା ସେଣ୍ଟର ପାଇଁ ଇନଫୋଭ୍ୟାଲି-୨ ଶିଳ୍ପାଂଚଳ, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ପାଇଁ ମଂଚେଶ୍ୱର ଶିଳ୍ପାଂଚଳ, ଅଟୋମୋବାଇଲ କ୍ଲଷ୍ଟର ପାଇଁ ବାଲିଅନ୍ତା ତହସିଲ ଅଂଚଳ, ପାହାଳ ରସଗୋଲ ପାଇଁ ‘କମନ  ଫେସିଲଟି ସେଣ୍ଟର’ ପାଇଁ ଖୋର୍ଦ୍ଧା ଜିଲ୍ଲାର ଅନନ୍ତପୁରଠାରେ ଜମି ଦେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ସିଙ୍ଗଲୱିଣ୍ଡୋକମିଟିଗୁଡ଼ିକଠୁ ମିଳିଥିବା ସୁପାରିସ୍ ଅନୁସାରେ ୧୬ଟି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଭୁବନେଶ୍ୱର, ଛତାବର,ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଓ ଚନ୍ଦକା ଆଦି ଶିଳ୍ପାଂଚଳରେ ଜମି ଆବଣ୍ଟନ ହୋଇଛି।
ଏହି ବୈଠକରେ ବିଭିନ୍ନ ବିଭାଗର ସଚିବଙ୍କ ସମେତ ଇଡକୋ ପରିଚାଳନା ନିର୍ଦ୍ଦେଶ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos