ଲକଡାଉନରେ ରାଜ୍ୟରେ ବଢ଼ିପାରେ ଘରୋଇ ହିଂସା, ଆଶଙ୍କା କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ଲକଡାଉନ୍ ଅବଧି ମଧ୍ୟରେ ଓଡ଼ିଶାରେ ଘରୋଇ ହିଂସା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ସ୍ଥିତିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବାବେଳେ ଘରୋଇ ହିଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବାପରେ ରାଜ୍ୟ ପୁଲିସ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଲକଡାଉନବେଳେ ସମସ୍ତ ଘରୋଇ ହିଂସା ସମ୍ବନ୍ଧୀୟ ଅଭିଯୋଗ ପାଇଁ ଥାନାକୁ […]

domestic-abuse-768-1

Tapas Behera
  • Published: Tuesday, 14 April 2020
  • , Updated: 14 April 2020, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ଲକଡାଉନ୍ ଅବଧି ମଧ୍ୟରେ ଓଡ଼ିଶାରେ ଘରୋଇ ହିଂସା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ସ୍ଥିତିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବାବେଳେ ଘରୋଇ ହିଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବାପରେ ରାଜ୍ୟ ପୁଲିସ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଲକଡାଉନବେଳେ ସମସ୍ତ ଘରୋଇ ହିଂସା ସମ୍ବନ୍ଧୀୟ ଅଭିଯୋଗ ପାଇଁ ଥାନାକୁ ନଯାଇ ଅନଲାଇନରେ କରିବା ପାଇଁ ପୁଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି।

ରାଜ୍ୟ ପୁଲିସ ଡିଜିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଲକଡାଉନ୍ ସମୟରେ ଅନେକ ଦେଶ ଓ ରାଜ୍ୟରେ ଘରୋଇ ହିଂସା ବଢ଼ିବାର ଦେଖାଦେଇଛି। ଓଡ଼ିଶାରେ ମଧ୍ୟ ଏପରି ସ୍ଥିତି ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରି ପୁଲିସ ଡିଜି ଅଭୟ ଆଜି ପୁଲିସ ଅଫିସରମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଘରୋଇ ହିଂସା ମାମଲାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯିବ। ଏପର୍ଯ୍ୟନ୍ତ ଏଭଳି ମାମଲାରେ ଆଖିଦୃଶିଆ ବୃଦ୍ଧି ହୋଇନଥିଲେ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି। ଲକଡାଉନ୍ ଅବଧି ସମୟରେ ଘରୋଇ ହିଂସାର ଶିକାର ବ୍ୟକ୍ତି ନିଜର ଅଭିଯୋଗ ଦାଖଲ ପାଇଁ ଥାନାକୁ ଯିବା ଆବଶ୍ୟକ ନାହିଁ। ଏବାବଦରେ ଫୋନ୍ କଲ ପାଇବା ପରେ ପୁଲିସ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ପହଂଚି ଅଭିଯୋଗ ବା ଏଫଆଇଆର ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବେ। ସେମାନେ ଓଡ଼ିଶା ପୁଲିସ ସିଟିଜେନ୍ ପୋର୍ଟାଲ ଓ ସହାୟତା ମୋବାଇଲ ଆପ୍ ମାଧ୍ୟମରେ ପୁଲିସ ନିକଟରେ ଅଭିଯୋଗ କରିପାରିବେ। ରାଜ୍ୟରେ ବିଭିନ୍ନ ଥାନା ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ୬୦୦ରୁ ଅଧିକ ହେଲପଲାଇନ୍ ଓ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବରଗୁଡ଼ିକ ମାଧ୍ୟମରେ ବି ଘରୋଇ ହିଂସାର ଅଭିଯୋଗ କରିପାରିବେ।

ଲକଡାଉନ୍ ଅବଧିରେ ଘରୋଇ ହିଂସା ସମ୍ବନ୍ଧୀୟ ସମସ୍ତ ମାମଲାଗୁଡ଼ିକୁ ସବଇନ୍ସପେକ୍ଟର କିମ୍ବା ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀ ତଦନ୍ତ କରିବେ। ଏହି ସମସ୍ତ ମାମଲାଗୁଡ଼ିକର ତଦାରଖ ଜଣେ ଡିଏସପି ବା ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀଙ୍କ ଦ୍ୱାରା କରିବେ। ଲକଡାଉନ୍ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଆଇୟୁସିଏଡବ୍ଲ୍ୟୁ ଏହି ମାମଲାଗୁଡ଼ିକ ତଦାରଖ କରିବେ ଓ ଏବାବଦରେ ଅଧିକ ସତର୍କ ରହିବାକୁ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।

Related story