ବସ୍‌ ୧୫ ହଜାର ! ଫେରିବେ ୫ ଲକ୍ଷ, ଚିନ୍ତା ପ୍ରକଟ କଲେ ସରକାର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର। ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଲକଡାଉନ୍ ଚାଲିଥିବା ବେଳେ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷ ଲକ୍ଷ ଶ୍ରମିକ। ଟ୍ରେନ୍ ଓ ବିମାନ […]

b-901

Tapas Behera
  • Published: Monday, 27 April 2020
  • , Updated: 28 April 2020, 09:01 AM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର। ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକଡାଉନ୍ ଚାଲିଥିବା ବେଳେ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷ ଲକ୍ଷ ଶ୍ରମିକ। ଟ୍ରେନ୍ ଓ ବିମାନ ସେବା ସ୍ୱାଭାବିକ ନହେଲେ ଶ୍ରମିକମାନଙ୍କୁ ବସ୍ ଯୋଗେ ଆଣିବା ପାଇଁ ଚେଷ୍ଟା କରାଯିବ।

ଯଦି ସଂପୃକ୍ତ ରାଜ୍ୟ ବସ୍ ଯୋଗେ ଓଡ଼ିଶାର ଶ୍ରମିକମାନଙ୍କୁ ପଠାଇବାର ବ୍ୟବସ୍ଥା କରିବେ। ତେବେ ଶ୍ରମିକମାନେ ସୁରୁଖୁରୁରେ ଆସିପାରିବେ ବୋଲି ମନ୍ତ୍ରୀ କହିଛନ୍ତି

Related story