ବିଡିଓଙ୍କ ପତ୍ତା ମିଳୁନି, ଘରେ ଲାଗିଲା ନୋଟିସ୍‌

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କର ଖୋଜଖବର ନାହିଁ। ତେଣୁ ତାଙ୍କ ଝରିଗାଁ ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ନୋଟିସ୍ ଲଗାଯାଇଛି। ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ କହିଛନ୍ତି, ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେବାକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କର କୌଣସି ଖବର ନାହିଁ। ଝରିଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ […]

notice

notice

Jitendra Garnayak
  • Published: Tuesday, 19 January 2021
  • Updated: 19 January 2021, 02:26 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କର ଖୋଜଖବର ନାହିଁ। ତେଣୁ ତାଙ୍କ ଝରିଗାଁ ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ନୋଟିସ୍ ଲଗାଯାଇଛି।

ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ କହିଛନ୍ତି, ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେବାକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କର କୌଣସି ଖବର ନାହିଁ।

ଝରିଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ।

ଏହା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ୧୫ ତାରିଖ ଦିନ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆ ଓ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହା ସହିତ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେଇ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚିଠି ପାଇବା ପରେ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଡିଓଙ୍କ କୌଣସି ପତ୍ତା ମିଳି ନଥିବା କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos