୧୦୧ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲା। ସେହିପରି ୮ ଜଣ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି। ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ଗଞ୍ଜାମର ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। […]

corona

Jitendra Garnayak
  • Published: Wednesday, 13 May 2020
  • , Updated: 13 May 2020, 10:57 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲା। ସେହିପରି ୮ ଜଣ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି।

୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ଗଞ୍ଜାମର ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ଯାଜପୁରରୁ ୭ ଜଣ ଓ କେନ୍ଦୁଝରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ବି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

ବାଲେଶ୍ୱରର ୩୩ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଜଣେ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି। ୩ଟି ଲୋକାଲ୍ କେସ୍ ରହିଛି।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ବାଲେଶ୍ୱରର ଏହି ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁରତ ଫେରନ୍ତା। ସେହିପରି ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୨ ଜଣ ବେଙ୍ଗାଲୁରୁରୁ ଫେରିଥିଲେ।


ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ରାଉରକେଲାରେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚି ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇସାରିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୪୧୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Related story