୨୦୨୨-୨୩ ଖାଦ୍ୟ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ: ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ଟାର୍ଗେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ଓ ଚାଉଳ ସଂଗ୍ରହର ସୁପରିଚାଳନା ପାଇଁ ୨୦୨୨-୨୩ ଖରିଫ ବର୍ଷ ପାଇଁ ‘ଖାଦ୍ୟ ଓ ସଂଗ୍ରହଣ ନୀତି’କୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୨-୨୩ ବର୍ଷରେ ମୋଟ ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବିଭାଗୀୟ ମନ୍ତ୍ରୀ ଚାହିଁଲେ ଏହି ଧାର୍ଯ୍ୟ ଲକ୍ଷ୍ୟକୁ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ୨୦୨୧-୨୨ ଉଭୟ ଖରିଫ ଓ ରବି ଋତୁରେ ମୋଟ ୭୧.୦୩ଲକ୍ଷ ମେଟ୍ରିକ […]

paddy

paddy

Ordigital Desk
  • Published: Friday, 30 September 2022
  • Updated: 30 September 2022, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ଓ ଚାଉଳ ସଂଗ୍ରହର ସୁପରିଚାଳନା ପାଇଁ ୨୦୨୨-୨୩ ଖରିଫ ବର୍ଷ ପାଇଁ ‘ଖାଦ୍ୟ ଓ ସଂଗ୍ରହଣ ନୀତି’କୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୨-୨୩ ବର୍ଷରେ ମୋଟ ୭୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବିଭାଗୀୟ ମନ୍ତ୍ରୀ ଚାହିଁଲେ ଏହି ଧାର୍ଯ୍ୟ ଲକ୍ଷ୍ୟକୁ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ୨୦୨୧-୨୨ ଉଭୟ ଖରିଫ ଓ ରବି ଋତୁରେ ମୋଟ ୭୧.୦୩ଲକ୍ଷ ମେଟ୍ରିକ ଟନ୍ ଧାନ(୪୮.୦୪ଲକ୍ଷ ଚାଉଳ) ସଂଗ୍ରହ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି । ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୨-୨୩ ବର୍ଷର ଖରିଫ ଋତୁରେ ମୋଟ ୫୭ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହା ଚାଉଳ ଆକରରେ ପ୍ରାୟ ୪୮ଲକ୍ଷ ମେଟ୍ରିକ ଟନ୍ ହେବ । ପଞ୍ଜିକୃତ ଚାଷୀଙ୍କ ପାଖରେ ଯଦି ଅଧିକ ଧାନ ଥାଏ, ତା’ହେଲେ ଏହି ଲକ୍ଷ୍ୟଧାର୍ଯ୍ୟ ପରିମାଣକୁ ବିଭାଗୀୟ ମନ୍ତ୍ରୀ ବୃଦ୍ଧି କରିପାରିବେ ।

୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅବଧିରେ ଖରିଫ ଧାନ ଓ ୨୦୨୩ ମେ’ରୁ ଜୁନ୍ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ହେବ । ପଞ୍ଜିକୃତ ଚାଷୀ ଚାହିଁଲେ ନିଜର ସମସ୍ତ ଉତ୍ପାଦିତ ଧାନକୁ ବିକ୍ରି କରିପାରିବ । ନିଜ ଖାଦ୍ୟ ପାଇ ରଖିବା ନିମନ୍ତେ କୌଣସି ବାଧ୍ୟବାଧକତା ରହିବ ନାହିଁ । ପୂର୍ବଭଳି ଚାଷୀଙ୍କୁ ପି-ପାସ୍ ମାଧ୍ୟମରେ ଧାନ ବିକ୍ରି କରିବାର ୨୪ରୁ ୪୮ଘଂଟା ମଧ୍ୟରେ ନିଜର ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମିଳିଯିବ । ଧାନ ବିକ୍ରି ନିମନ୍ତେ ପ୍ରଚଳିତ ସମସ୍ତ ନିୟମ ପୂର୍ବବତ୍ ରହିଛି । ତେବେ ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ବିତରଣ ପାଇଁ ବାର୍ଷିକ ୨୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ୟକ । ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ ।

ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ । ମହିଳା ଏସଏଚଜି, ପ୍ରାଥମିକ କୃଷି ସମବାୟ ସମିତି, ପାଣି ପଂଚାୟତ ଆଦି ମାଧ୍ୟମରେ ଧାନ କ୍ରୟ କରାଯିବ । ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ପଞ୍ଜିକୃତ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story