ସାନ୍ଦୁଲ ନଦୀରେ ହେବ ବ୍ୟାରେଜ, କ୍ୟାବିନେଟ୍‌ରେ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗାଁ ନିକଟରେ ସାନ୍ଦୁଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବ୍ୟାରେଜ୍ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ। ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର […]

odisha secretariat

odisha secretariat

Jitendra Garnayak
  • Published: Friday, 24 December 2021
  • Updated: 24 December 2021, 07:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗାଁ ନିକଟରେ ସାନ୍ଦୁଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ। ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ତା’ପରବର୍ତ୍ତୀ ୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ୧କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ଯେଉଁ ସବୁ ଗାଁ ଗୁଡ଼ିକ ଉପକୃତ ହେବେ, ସେଗୁଡ଼ିକ ହେଲା- ଏକତର, କୁସୁର୍ଲା, ଜୋରଦୁବ୍ରା, ସାପଲହରା, ସିଲଟପରା, ସିଶାଖାଲ, ଲେଗେଡ଼ା, କନେରୀ, କର୍ଣ୍ଣିଖୁଣ୍ଟି, ଦଣ୍ଡିଭଞ୍ଜା, ଭୋଇରପଡ଼ା, ବିଜାପାଟି, ଯୋଗୀବଡ଼ା, ବାବିଜୋର, ଖଜୁରୀପଡ଼ା, ତୁଣ୍ଡଲା, ତାଳଭଅଁରା, ହାତିଖୋଜ, କୁଲିହାରିଗୁମ୍ପା, ସିଲେଟପଡ଼ା, ବନ୍ଧାପଡ଼ା, ରାଜପଡ଼ା, ବାଦିପଡ଼ା, ଦିଗଶିରା, ବେଲଖଣ୍ଡି, ପିପଲପଦର, ଶର୍ଯାପଲି, ଖାଇରମାଲ ଓ କେନ୍ଦୁବାହାଲି। ଏହି ସବୁ ଗାଁ ଗୁଡ଼ିକରେ ଥିବା ଜମିଗୁଡ଼ିକୁ ଜଳସେଚନ ହେବା ସହିତ ଲୋକେ ପାନୀୟ ଜଳର ସୁବିଧା ମଧ୍ୟ ପାଇବେ।

ଏହାକୁ ମିଶାଇ ଆଜି କ୍ୟାବିନେଟ୍‌ରେ ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ରହିଥିବା ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ପ୍ରକାରେ ୨୬୦ କୋଟି ଟଙ୍କା ବ୍ୟୟରେ ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ୍‌ ସବଷ୍ଟେସନ୍‌ ନିର୍ମାଣ ହେବ। ସେହିପରି ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ କାର୍ଯ୍ୟ କରାଯିବ। ଏଥିପାଇଁ ୧୭୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ଏହି କାମ ସଂପୂର୍ଣ୍ଣ କରାଯିବ। ସେହିପରି କଟକ SCBର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos