ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଫସିଥିବା ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ଯୋଗାଇ ଦେବେ ରାଜ୍ୟ ସରକାର। ଏହାବ୍ୟତୀତ ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ମଧ୍ୟ ଇ-ପାସ୍ ପାଇଁ ଆବେଦନ କରିପାରିବେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଇ-ପାସ୍ ପାଇଁ covid19.odisha.gov.inରେ ଆବେଦନ କରିହେବ । ସେଠାରେ ଆବେଦନକାରୀଙ୍କୁ ଯାତ୍ରା ବିବରଣୀ, ଯାତ୍ରୀ, ଡ୍ରାଇଭରଙ୍କ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ । ଆବେଦନ କରିସାରିବା ପରେ ଏହାକୁ ଜିଲ୍ଲା କର୍ତ୍ତୃପକ୍ଷ ତର୍ଜମା କରିବେ। ଆବେଦନ ମଞ୍ଜୁର ହେବା ପରେ ଇ-ପାସ୍ ୱେବସାଇଟରେ ଦେଖିହେବ । ଏହାକୁ ଡାଉନଲୋଡ୍ ଓ ପ୍ରିଣ୍ଟ ମଧ୍ୟ କରିହେବ । ଇ-ପାସ୍ ନମ୍ବର ସହିତ ଗାଡ଼ି ଓ ଯାତ୍ରୀଙ୍କ ତଥ୍ୟ ଆବେଦନକାରୀଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ପଠାଇ ଦିଆଯିବ ।
Happy to share that #Odisha has launched #ePass for people who are stranded here & need to travel to other states. Log into https://t.co/sAHr5LiWpV & apply. After online approval, #ePass with passenger & vehicle details will be sent to applicant though SMS & Email.#OdishaCares pic.twitter.com/I3ebZt5OeT
— Naveen Patnaik (@Naveen_Odisha) May 6, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।