ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥ ସଚିବଙ୍କୁ ଘେରାଉ
ଭୁବନେଶ୍ୱର: ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର ସଚିବାଳୟ ମୋଟର କର୍ମଚାରୀ ସଂଘ ପକ୍ଷରୁ ଅର୍ଥ ସଚିବଙ୍କୁ ଘେରାଉ କରାଯାଛି । ସଂଘର ଏହି ଦୁଇଟି ଦାବିକୁ ସରକାରଙ୍କ ନିକଟରେ ବାରମ୍ୱାର ଉପସ୍ଥାପିତ କରାଯାଇଛି । ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ […]
ଭୁବନେଶ୍ୱର: ଗ୍ରେଡ୍ ପେ ବୃଦ୍ଧି ଓ ଅସ୍ଥାୟୀ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର ସଚିବାଳୟ ମୋଟର କର୍ମଚାରୀ ସଂଘ ପକ୍ଷରୁ ଅର୍ଥ ସଚିବଙ୍କୁ ଘେରାଉ କରାଯାଛି । ସଂଘର ଏହି ଦୁଇଟି ଦାବିକୁ ସରକାରଙ୍କ ନିକଟରେ ବାରମ୍ୱାର ଉପସ୍ଥାପିତ କରାଯାଇଛି । ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।