ମାଡ଼ିଗଲା ଗ୍ରେଡର୍: ଜଣେ ମୃତ, ୪ ଗୁରୁତର

ଢେଙ୍କାଳନ (ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ନିକଟରେ ଆଜି ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ରାସ୍ତା କାମରେ ନିୟୋଜିତ ଏକ ଗ୍ରେଡର୍‌ ଗୋଟିଏ ସ୍କୁଟି ଓ ଏକ ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନିକଟସ୍ଥ ନଡ଼ିଆଳି ଗାଁର ଭରତ ବେହେରା। ସେ ସ୍କୁଟିରେ ଯାଉଥିଲେ। ତାଙ୍କ ସହିତ ସ୍କୁଟିରେ ଆଉ ଦୁଇ ଜଣ ଥିଲେ। […]

dknl-1..-

dknl-1..-

Niharika Rout
  • Published: Monday, 26 August 2019
  • Updated: 26 August 2019, 02:45 PM IST

Sports

Latest News

ଢେଙ୍କାଳନ (ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ନିକଟରେ ଆଜି ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ରାସ୍ତା କାମରେ ନିୟୋଜିତ ଏକ ଗ୍ରେଡର୍‌ ଗୋଟିଏ ସ୍କୁଟି ଓ ଏକ ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ନିକଟସ୍ଥ ନଡ଼ିଆଳି ଗାଁର ଭରତ ବେହେରା। ସେ ସ୍କୁଟିରେ ଯାଉଥିଲେ। ତାଙ୍କ ସହିତ ସ୍କୁଟିରେ ଆଉ ଦୁଇ ଜଣ ଥିଲେ। ସେହିପରି ବାଇକ୍‌ରେ ଦୁଇ ଜଣ ଥିଲେ।  ସମସ୍ତ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, କଟକର ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। ବଳଦିଆବନ୍ଧ ନିକଟରେ ଏହି କାମରେ ନିୟୋଜିତ ଏକ ଗ୍ରେଡର୍‌ ପ୍ରଥମେ ସ୍କୁଟିରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ପରେ ପରେ ଏହା ବାଇକ୍‌ରେ ଯାଉଥିବା ୨ ଜଣଙ୍କୁ ମଧ୍ୟ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକ ଭରତଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣଙ୍କୁ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ପଠାଯାଇଥିଲା।

[caption id="attachment_425510" align="aligncenter" width="750"] ପ୍ରତିକାତ୍ମକ ଫଟୋ[/caption]

ସିରିଜ୍‌ ଦୁର୍ଘଟଣା ଘଟାଇବା ପରେ ଗ୍ରେଡର୍‌ ଅପରେଟର୍‌ ସେଠାରୁ ଫେରାର ହୋଇଯାଇଥିଲେ। ତାଙ୍କ ସମ୍ପର୍କରେ କିଛି ସୂଚନା ମିଳି ପାରି ନାହିଁ। ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ପହଞ୍ଚି ତଦନ୍ତ କରିଛି। ତେବେ ଏ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

ରାସ୍ତାରେ ଗ୍ରେଡର ଅପରେଟ୍ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ଲାଗି ଯଥାସମ୍ଭବ ପଦକ୍ଷେପ ଉଠାଇବାର ନିୟମ ରହିଛି। ଏଠାରେ କାମ କରୁଥିବା ଗାୟତ୍ରୀ କନଷ୍ଟ୍ରକସନ୍‌ ସେଥିପ୍ରତି ଧ୍ୟାନ ଦେଇଥିଲା କି ନାହିଁ ଓ ଯଦି ଦେଇଥିଲା, ତା’ହେଲେ ଏପରି ଦୁର୍ଘଟଣା କିପରି ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବଳଦିଆବନ୍ଧ ନିକଟରେ ଆଜି ରାସ୍ତା କାମ ଚାଲିଥିବା ବେଳେ ଗୋଟିଏ ଲେନ୍‌ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଲେନ୍‌ର ଉଭୟ ପାର୍ଶ୍ୱରୁ ଗାଡ଼ି ଯାତାୟତ କରୁଛନ୍ତି। ହେଲେ ତାହା ଖାଲଖମା ତଥା ପାଣିରେ ଭର୍ତ୍ତି ହୋଇଥିବାରୁ ଲୋକେ ଖୁବ୍‌ ହଇରାଣ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story