ସାଂଘାତିକ କଳି: ହେମଦସ୍ତାରେ ଆଈକୁ ଛେଚି ଦେଲା ନାତୁଣୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘରୋଇ କଳିକୁ କେନ୍ଦ୍ର କରି ନାତୁଣୀର ହେମଦସ୍ତା ମାଡ଼ରେ ଆଖୁ ବୁଜିଛି ଆଈ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି। ଗତରାତିରେ ଆଈ ଓ ୧୬ ବର୍ଷୀୟା ନାତୁଣୀ ଗୋଟିଏ ଘରେ ଶୋଇଥିଲେ। ମାତ୍ର ସାମାନ୍ୟ କଥାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ଉତ୍ତକ୍ତ୍ୟ ନାତୁଣୀ ପାଖରେ ଥିବା ଏକ ହେମଦସ୍ତାରେ ଆଈ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ […]

bhadrak

bhadrak

Niharika Rout
  • Published: Saturday, 26 December 2020
  • Updated: 26 December 2020, 09:30 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘରୋଇ କଳିକୁ କେନ୍ଦ୍ର କରି ନାତୁଣୀର ହେମଦସ୍ତା ମାଡ଼ରେ ଆଖୁ ବୁଜିଛି ଆଈ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି।

ଗତରାତିରେ ଆଈ ଓ ୧୬ ବର୍ଷୀୟା ନାତୁଣୀ ଗୋଟିଏ ଘରେ ଶୋଇଥିଲେ। ମାତ୍ର ସାମାନ୍ୟ କଥାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ଉତ୍ତକ୍ତ୍ୟ ନାତୁଣୀ ପାଖରେ ଥିବା ଏକ ହେମଦସ୍ତାରେ ଆଈ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ  ସକାଳେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos