ମୃତ୍ୟୁ ଏମିତି ବି ଆସେ, ରାତିରେ ଅଜା-ନାତି ଶୋଇଥିଲେ, ହେଲେ...

ବୀରମିତ୍ରପୁର(ରାକେଶ ସାହୁ): ରାତିରେ ଖାଇପିଇ ଅଜା ନାତି ଶୋଇଥିଲେ। ହେଲେ କିଏ ଜାଣିଥିଲା ସେଇ ରାତି ଦୁହିଁଙ୍କ ପାଇଁ ଶେଷ ରାତି ହେବ। ପର ଦିନର ସକାଳ ଆଉ ସେମାନଙ୍କ ଭାଗ୍ୟରେ ଆସିବନି। ହଁ ମୃତ୍ୟୁ ଏମିତିବି ଆସେ। ଏକ ବିଷଧର ସାପର ଦଂଶନରେ ଉଭୟ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି ଭାଲୁଲତା ଗ୍ରାମରେ l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ […]

6790

Tapas Behera
  • Published: Saturday, 25 July 2020
  • , Updated: 25 July 2020, 05:01 PM IST

ବୀରମିତ୍ରପୁର(ରାକେଶ ସାହୁ): ରାତିରେ ଖାଇପିଇ ଅଜା ନାତି ଶୋଇଥିଲେ। ହେଲେ କିଏ ଜାଣିଥିଲା ସେଇ ରାତି ଦୁହିଁଙ୍କ ପାଇଁ ଶେଷ ରାତି ହେବ। ପର ଦିନର ସକାଳ ଆଉ ସେମାନଙ୍କ ଭାଗ୍ୟରେ ଆସିବନି। ହଁ ମୃତ୍ୟୁ ଏମିତିବି ଆସେ। ଏକ ବିଷଧର ସାପର ଦଂଶନରେ ଉଭୟ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି ଭାଲୁଲତା ଗ୍ରାମରେ l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଭାଲୁଲତା ଗ୍ରାମର ସିଲବାନୁସ୍ ବିଲୁଙ୍ଗ ( ୬୫) ଓ ନାତି ବିଶାଲ ବିଲୁଙ୍ଗ ( ୧୦ ) ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି ଏକ ବିଷାକ୍ତ ସାପ ଉଭୟଙ୍କୁ କାମୁଡି ଥିଲା l

ପରିବାର ଲୋକେ ଜାଣିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆରଜିଏଚକୁ ଚିକିତ୍ସା ପାଇଁ  ନେଇ ଥିଲେ । ସେଠାରେ ଡ଼ାକ୍ତର ଉଭୟଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ଖବର ପାଇ ରାଏବଗା ପୁଲିସ ଆରଜିଏଚରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି I ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ I ତତ୍ ସହିତ ରାଏବଗା ପୁଲିସ ଭାଲୁଲତା ଗ୍ରାମକୁ ଯାଇ ମୃତ୍ୟୁ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି l ଉଭୟଙ୍କ ମୃତ୍ୟୁ ବିଷୟରେ ବୀରମିତ୍ରପୁର ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି l

Related story