ଫୁଲ ସଜା କାର୍‌ ନୁହେଁ ସାଇକେଲରେ ଗଲେ ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବିବାହକୁ ସ୍ମରଣୀୟ ତଥା ଟିକେ ହଟକେ କରିବା ସମସ୍ତଙ୍କ ସ୍ୱପ୍ନ। ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି।  ୱେଡିଂ ଡେଷ୍ଟିନେସନ, ଫଟୋସୁଟ୍‌ ତଥା ହଳଦୀ, ସଙ୍ଗୀତ ଆଦି ସେରିମନିକୁ ଖାସ୍‌ କରିବାକୁ ଆଗରୁ ସରିଥାଏ ପ୍ରସ୍ତୁତି। ହେଲେ ଏଥିରେ ଟିକେ ବ୍ୟତିକ୍ରମ ସାଜିଛନ୍ତି ଭୁବନେଶ୍ୱରର  ଶୁଭ୍ରାଂଶୁ ସାମଲ ନାମକ ଯୁବକ । ନିଜ ବିବାହ ପରି ଖାସ୍‌ ଦିନରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି […]

groom

groom

Niharika Rout
  • Published: Thursday, 19 May 2022
  • Updated: 19 May 2022, 12:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବିବାହକୁ ସ୍ମରଣୀୟ ତଥା ଟିକେ ହଟକେ କରିବା ସମସ୍ତଙ୍କ ସ୍ୱପ୍ନ। ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି।  ୱେଡିଂ ଡେଷ୍ଟିନେସନ, ଫଟୋସୁଟ୍‌ ତଥା ହଳଦୀ, ସଙ୍ଗୀତ ଆଦି ସେରିମନିକୁ ଖାସ୍‌ କରିବାକୁ ଆଗରୁ ସରିଥାଏ ପ୍ରସ୍ତୁତି। ହେଲେ ଏଥିରେ ଟିକେ ବ୍ୟତିକ୍ରମ ସାଜିଛନ୍ତି ଭୁବନେଶ୍ୱରର  ଶୁଭ୍ରାଂଶୁ ସାମଲ ନାମକ ଯୁବକ । ନିଜ ବିବାହ ପରି ଖାସ୍‌ ଦିନରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି ଶୁଭ୍ରାଂଶୁ ।

ବର ବେଶରେ ସଜେଇ ହୋଇ ସମସ୍ତେ ଫୁଲ ସଜା ଦାମୀ କାର୍‌ରେ କନିଆ ଘରକୁ ଯାଇଥାନ୍ତି। ବାଜା ରୋଷଣୀରେ ଫାଟି ପଡ଼ୁଥାଏ ପରିବେଶ। ଶୁଭ୍ରାଂଶୁଙ୍କ ବିବାହରେ ସବୁ ଅଛି। କିନ୍ତୁ ଗୋଟିଏ ବ୍ୟତିକ୍ରମ ହେଉଛି, ବର ଫୁଲ ସଜା ଦାମୀ କାର୍‌ରେ ନୁହେଁ ସାଇକେଲରେ କନିଆ ଆଣିବାକୁ ଯାଇଥିଲେ।

ପେଟ୍ରୋଲ, ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇ ସାରିଥିବା ବେଳେ ସାଧାରଣ ଲୋକଙ୍କ ପକ୍ଷେ ଏହି ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡ଼ୁଛି। ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ପକେଟ ଉପରେ ପଡ଼ୁଛି, ବିଗୁଡ଼ି ଯାଉଛି ବଜେଟ । ସମସ୍ତେ ଏହାର ପ୍ରତିବାଦ କରୁଥିବା ବେଳେ  ଶୁଭ୍ରାଶୁଂ ନିଜ ବିବାହ ସମୟରେ ଏହାର ପ୍ରତିବାଦ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

[caption id="attachment_735309" align="aligncenter" width="650"]groom ‍‍‍ବର ବେଶରେ ସାଇକେଲ ଉପରେ ବର ।[/caption]

ୟୁନିଟ -୩ ଅଞ୍ଚଳର ପରିବାର ସହ ଶୁଭ୍ରାଂଶୁ ରୁହନ୍ତି। ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ ନିଜ ବିବାହରେ ଶୁଭ୍ରାଶୁଂଙ୍କ ପାଇଁ ଛିଡ଼ା ହୋଇ ନ ଥିଲା କୌଣସି ଦାମୀ କାର୍‌। ତା’ ପରିବର୍ତ୍ତେ ବର ବେଶରେ ଏକ ସାଇକେଲରେ କନିଆ ଘର ଅଭିମୁଖେ ବାହାରିଥିଲେ ଶୁଭ୍ରାଶୁଂ । ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ସହମତି ପ୍ରକାଶ କରିଥିଲେ।

ପ୍ରୋସେସନରେ ଶୁଭ୍ରାଂଶୁଙ୍କ ସାଙ୍ଗସାଥି ଓ ସମ୍ପର୍କୀୟମାନେ ଚାଲି ଚାଲି ଯାଉଥିବା ନଜର ଆସିଥିଲା।  ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ହୋଇଥିଲା। ଏଭଳି ବିବାହକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story