ଅଧା ରହିଗଲା ଦ୍ୱିତୀୟ ବିବାହ, ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ

ଅନୁଗୁଳ(ବିରଜା ପ୍ରସାଦ ଦାଶ):ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ,ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମଝିଗାଁକୁ ପ୍ରୋସେସନ୍‌ରେ ଆସୁଥିଲେ। ତେବେ ପୂର୍ବରୁ ଏ ସଂପର୍କରେ ଅଭିଯୋଗ ପାଇଥିବା ହିନ୍ଦୋଳ ପୁଲିସ, ଅନୁଗୁଳ ପୁଲିସ ସହାୟତାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏପଟେ […]

j-88

Tapas Behera
  • Published: Wednesday, 30 January 2019
  • , Updated: 30 January 2019, 08:17 PM IST

ଅନୁଗୁଳ(ବିରଜା ପ୍ରସାଦ ଦାଶ):ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ,ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ।

ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମଝିଗାଁକୁ ପ୍ରୋସେସନ୍‌ରେ ଆସୁଥିଲେ। ତେବେ ପୂର୍ବରୁ ଏ ସଂପର୍କରେ ଅଭିଯୋଗ ପାଇଥିବା ହିନ୍ଦୋଳ ପୁଲିସ, ଅନୁଗୁଳ ପୁଲିସ ସହାୟତାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏପଟେ ଦ୍ୱିତୀୟ ବିବାହ ଅଧାରୁ ଅଟକି ଥିବା ବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Related story