ନସିମାଙ୍କ ପାଇଁ ବଇରି ସାଜିଲା ବନ୍ୟା: ବୁଡ଼ିଗଲା ଘର, ଭାଙ୍ଗିଗଲା ସ୍ୱପ୍ନ

‘ବୁଡ଼ି ଯାଇଛି ଘର, ଭାଙ୍ଗି ଯାଇଛି ସ୍ୱପ୍ନ। ଚୁଲି ଜଳୁଛି ସତ, କିନ୍ତୁ ହାଣ୍ଡିରେ ଫୁଟିବା ପାଇଁ ଦାନା ନାହିଁ। ପେଟର ଭୋକ ପେଟରେ ମରି ଯାଉଛି।’ ଓଡ଼ିଶା ରିପୋର୍ଟର ଟିମ୍ ଆଗରେ ବନ୍ୟାଦୁଃଖ ବଖାଣିଲା ବେଳେ, କଣ୍ଠ କୋହରେ ଭରି ଯାଉଥିଲା, ଯାଜପୁର ଜିଲ୍ଲାର ବନ୍ୟା ପୀଡିତା ନସିମା ବିବିଙ୍କର। ଶନିବାର ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କିମ୍ଭୀରିଆପାଳ ଅଂଚଳର ବ୍ରାହ୍ମଣୀ ନଦୀରେ ଘାଇ ସୃଷ୍ଟି ହୋଇ, ପୂରା ଅଞ୍ଚଳ ହୋଇପଡ଼ିଛି ଜଳାର୍ଣ୍ଣବ। ଚାରିଆଡେ଼ […]

flood

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 10:20 PM IST

'ବୁଡ଼ି ଯାଇଛି ଘର, ଭାଙ୍ଗି ଯାଇଛି ସ୍ୱପ୍ନ। ଚୁଲି ଜଳୁଛି ସତ, କିନ୍ତୁ ହାଣ୍ଡିରେ ଫୁଟିବା ପାଇଁ ଦାନା ନାହିଁ। ପେଟର ଭୋକ ପେଟରେ ମରି ଯାଉଛି।'

ଓଡ଼ିଶା ରିପୋର୍ଟର ଟିମ୍ ଆଗରେ ବନ୍ୟାଦୁଃଖ ବଖାଣିଲା ବେଳେ, କଣ୍ଠ କୋହରେ ଭରି ଯାଉଥିଲା, ଯାଜପୁର ଜିଲ୍ଲାର ବନ୍ୟା ପୀଡିତା ନସିମା ବିବିଙ୍କର। ଶନିବାର ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କିମ୍ଭୀରିଆପାଳ ଅଂଚଳର ବ୍ରାହ୍ମଣୀ ନଦୀରେ ଘାଇ ସୃଷ୍ଟି ହୋଇ, ପୂରା ଅଞ୍ଚଳ ହୋଇପଡ଼ିଛି ଜଳାର୍ଣ୍ଣବ। ଚାରିଆଡେ଼ ଖାଲି ପାଣି ଆଉ ପାଣି। ଘରେ ପାଣି ବାହାରେ ବି ପାଣି। କାହାର ଚାଷ ଉଜୁଡ଼ି ଯାଇଛି ତ କାହାର ଘର ଭିତରେ ଆଣ୍ଠୁଏ ପାଣି। ହଠାତ୍ ବନ୍ୟା ଆସିବା ଫଳରେ ଘରେ ଅଚାନକ ପାଣି ପଶି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଭସାଇ ନେଇଛି। ଏଥିରୁ ବାଦ୍ ପଡ଼ିନାହାଁନ୍ତି କିମ୍ଭୀରିଆପାଳ ପଞ୍ଚାୟତ ମିଳିମିଳାପୁର ଗାଁର ନସିମା ବିବିଙ୍କ ପରିବାର। ବନ୍ୟାଜଳରେ ନସିମାଙ୍କ ଘର ଅଧା ବୁଡ଼ି ଯାଇଛି। ଆଉ ଯାହା କିଛି ଖାଦ୍ୟ ସାମଗ୍ରୀ ଥିଲା ତାକୁ ମଧ୍ୟ ଭସାଇ ନେଇଛି ବନ୍ୟା। ତେଣୁ ବାଧ୍ୟ ହୋଇ ନିଜ ଜୀବନ ବଞ୍ଚାଇବାକୁ ଘର ଛାଡି ରାସ୍ତା ଉପରକୁ ଉଠି ଆସିଛନ୍ତି ନସିମାଙ୍କ ପରିବାର।

 

https://www.youtube.com/watch?v=8zzlbL7lUsM

ବନ୍ୟା ଆସିବାର ଦୁଇଦିନ ବିତିଯାଇଛି । ପାଖରେ ଯାହା କିଛି ବି ଖାଦ୍ୟ ସାମଗ୍ରୀ ଥିଲା ସେ ସବୁ ସରିଯିବା ପରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର। ବନ୍ୟା ହେବାର ଦୁଇଦିନ ବିତି ଯାଇଥିଲେ ମଧ୍ୟ ସରକାରୀ ସହାୟତା ପହଞ୍ଚିପାରିନି ଏହି ଗ୍ରାମରେ । ତେଣୁ ଗ୍ରାମବାସୀ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

 

 

Related story