ଛୋଟ ପିଲା ଖେଳୁ ଥିଲେ ତାସ୍ ଆଉ ତା’ପରେ...

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ  ତାଳପଦା ପଂଚାୟତର ତାସ ଖେଳକୁ ନେଇ ରକ୍ତାକ୍ତ ସଂଘର୍ଷ । ତାସ ଖେଳକୁ କେନ୍ଦ୍ର କରି ଗତ ବୁଧବାର ଛୋଟ ଛୋଟ ପିଲାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପରେ ବିବାଦ ଘନେଇବା ସହ ବଡ଼ ଲୋକମାନଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଏହି ଘଟଣାରେ  କାହ୍ନା ଜେନା ଓ ରତ୍ନାକର ଜେନାଙ୍କ ମଧ୍ୟରେ ଝଗଡା ହୋଇଥିଲା।  କିଛି ସମୟ ପରେ ସରପଞ୍ଚ ଓ ଗାଁ ଲୋକଙ୍କୁ […]

gg

Tapas Behera
  • Published: Friday, 25 September 2020
  • , Updated: 25 September 2020, 05:23 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ  ତାଳପଦା ପଂଚାୟତର ତାସ ଖେଳକୁ ନେଇ ରକ୍ତାକ୍ତ ସଂଘର୍ଷ । ତାସ ଖେଳକୁ କେନ୍ଦ୍ର କରି ଗତ ବୁଧବାର ଛୋଟ ଛୋଟ ପିଲାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପରେ ବିବାଦ ଘନେଇବା ସହ ବଡ଼ ଲୋକମାନଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଏହି ଘଟଣାରେ  କାହ୍ନା ଜେନା ଓ ରତ୍ନାକର ଜେନାଙ୍କ ମଧ୍ୟରେ ଝଗଡା ହୋଇଥିଲା।  କିଛି ସମୟ ପରେ ସରପଞ୍ଚ ଓ ଗାଁ ଲୋକଙ୍କୁ ଡାକି ବୁଝାମଣା ହୋଇଥିଲା। ଗତକାଲି ରାତିରେ ଏହାକୁ କେନ୍ଦ୍ର କରି କାହ୍ନା ଜେନା ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରଣରେ ରତ୍ନାକର ଜେନା, ସୋମନାଥ ଜେନା ଭଦ୍ରକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Related story