ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କୁ ଘନଘନ ଜେରା

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ତାଙ୍କର କାହିଁକି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ତାକୁ ଜଣାପଡ଼ି ନାହିଁ। ଜିଆର୍‌ପି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି। ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୁଲିସ। ଦୀର୍ଘ ସମୟ ଧରି ପପୁଙ୍କୁ ପିଆର୍‌ପି ଜେରା କରିଛି। ଏ ସମୟରେ ପପୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ପପୁ, ଆଦିତ୍ୟଙ୍କଠାରୁ […]

aditya

aditya

Manoranjan Sial
  • Published: Monday, 13 July 2020
  • Updated: 13 July 2020, 11:39 PM IST

 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ତାଙ୍କର କାହିଁକି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ତାକୁ ଜଣାପଡ଼ି ନାହିଁ। ଜିଆର୍‌ପି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି।

ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୁଲିସ। ଦୀର୍ଘ ସମୟ ଧରି ପପୁଙ୍କୁ ପିଆର୍‌ପି ଜେରା କରିଛି। ଏ ସମୟରେ ପପୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ପପୁ, ଆଦିତ୍ୟଙ୍କଠାରୁ ନେଇଥିବା ଲକ୍ଷେ ଟଙ୍କା ସମ୍ପର୍କରେ କହିଛି। ଆଦିତ୍ୟଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ତଥ୍ୟ ରଖିଛନ୍ତି।

ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁର ଦୁଇ ଦିନ ପରେ ହଠାତ୍‌ ସୁଇସାଇଡ୍‌ ନୋଟ୍ ସୋଶାଲ ମିଡିଆରେ ଘୂରି ବୁଲୁଥିଲା। ଏହି ଲେଖା ପ୍ରକୃତରେ ଆଦିତ୍ୟଙ୍କର ନା ଅନ୍ୟ କାହାର ତାହାର ମଧ୍ୟ ଯାଞ୍ଚ କରୁଛି। ଜିଆର୍‌ପି ଏହି ହାତ ଲେଖାକୁ ଫୋରେନସିକ୍ ଲ୍ୟାବ୍‌କୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos