ଦୁଇ ନାବାଳକଙ୍କ ସହ ୫ ଗିରଫ, ୧୨ ବାଇକ୍‌ ଓ କାର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଜିଆରପି ଆଜି ଏକ ବଡ଼ ଧରଣର ଗାଡି ଚୋରି ରାକେଟ୍‌କୁ ଠାବ କରିଛି। ଜିଆରପି ୧୨ଟି ବାଇକ୍‌ ସହ ଗୋଟିଏ କାର ଜବତ କରିଛି। ରାକେଟ୍‌ରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି।

ରେଳ ଷ୍ଟେସନ ସମେତ ରାୟଗଡ଼ା, କୋରାପୁଟ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ହୋଇଥିବା ବହୁ ବାଇକ୍‌ ଚୋରି ମାମଲାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ କହିଛି। ବାଇକ୍‌ ଚୋରି କରିବା ପରେ ଏହାକୁ ୫୦୦୦ରୁ ୧୫,୦୦୦ ଟଙ୍କାରେ ଏମାନେ ବିକ୍ରି କରି ଦେଉଥିଲେ।