ଜେଏସ୍‌ପିଏଲ୍‌ ଟେନସାକୁ ୨୩ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଯୋଡ଼ାଠାରେ ଅନୁଷ୍ଠିତ ୫୫ ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହର ଉଦ୍‌ଯାପନ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଜିଲ୍ଲାର ଟେନସାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ ପିଏଲ୍‌)ର ଟି ଆର୍‌ ବି ଲୌହ ଖଣିକୁ ବିଭିନ୍ନ ବର୍ଗରେ ୨୩ଟି ପୁରସ୍କାର ମିଳିଛି। ଖଣି ବିଭାଗରେ ଟେନସାକୁ ୧୧ଟି ପୁରସ୍କାର ମିଳିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ୧୨ଟି ପୁରସ୍କାର ମିଳିଥିଲା। ଖଣି ସୁରକ୍ଷା ନିର୍ଦ୍ଦେଶାଳୟ, ଚାଇବସା ଖଣ୍ଡ ଅଧୀରରେ […]

tensa

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 09:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଯୋଡ଼ାଠାରେ ଅନୁଷ୍ଠିତ ୫୫ ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହର ଉଦ୍‌ଯାପନ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଜିଲ୍ଲାର ଟେନସାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ ପିଏଲ୍‌)ର ଟି ଆର୍‌ ବି ଲୌହ ଖଣିକୁ ବିଭିନ୍ନ ବର୍ଗରେ ୨୩ଟି ପୁରସ୍କାର ମିଳିଛି। ଖଣି ବିଭାଗରେ ଟେନସାକୁ ୧୧ଟି ପୁରସ୍କାର ମିଳିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ୧୨ଟି ପୁରସ୍କାର ମିଳିଥିଲା। ଖଣି ସୁରକ୍ଷା ନିର୍ଦ୍ଦେଶାଳୟ, ଚାଇବସା ଖଣ୍ଡ ଅଧୀରରେ ଥିବା ସମସ୍ତ ଖଣିକୁ ନେଇ ଏହି ଖଣି ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା।

ସ୍ୱଚ୍ଛ ଖାଦାନ୍‌ ସର୍ଭେକ୍ଷଣରେ ଟେନସାକୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ଇଲୁମିନେସ ଇଲେକ୍ଟ୍ରିକାଲ ସେଫଟି, ୱାର୍କସପ ଫେସିଲିଟି ଓ ପ୍ଲାଣ୍ଟ ପରିଚାଲନା ପାଇଁ ଦ୍ୱିତୀୟ, ନିୟମାବଳୀ ପାଳନ, ସୁରକ୍ଷା ଯୋଜନା ଏବଂ ସାମଗ୍ରିକ ପାରଦର୍ଶିତା ପାଇଁ ତୃତୀୟ ସ୍ଥାନ ମିଳିଛି। ଏହା ବ୍ୟତୀତ କମ୍ପାନୀର ୧୨ ଜଣ କର୍ମଚାରୀ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଛନ୍ତି। ଏସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ତଥା ଟେନ୍‌ସା ୟୁନିଟ୍‌ ମୁଖ୍ୟ ପ୍ରମୋଦ କୁମାର ପାତ୍ର ପୁରସ୍କାର ଗ୍ରହଣ କରି କହିଛନ୍ତି- “ଆମେ ଜେଏସ୍‌ପିଏଲ୍‌ରେ ସୁରକ୍ଷାକୁ ସର୍ବଦା ପ୍ରଥମିକତା ଦେଇ ଆସୁଛୁ। ଟି ଆର ବି ମାଇନ୍ସରେ ଆମେ କର୍ମଚାରୀ ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ। ମୋର ବିଶ୍ୱାସ ଏହି ପୁରସ୍କାର ଆମର କର୍ମଚାରୀ ଏବଂ ଶ୍ରମିକଙ୍କୁ ଖଣିରେ ଅଧିକ ସୁରକ୍ଷା ସମ୍ବନ୍ଧିତ ପ୍ରଣାଳୀକୁ ଅନୁସରଣ କରିବା ପାଇଁ ଉତ୍ସାହ ଯୋଗାଇବ।”

ଏହି ଉତ୍ସବଟି ଇଷ୍ଟର୍ଣ୍ଣ ଜୋନ୍‌ ମାଇନିଙ୍ଗ ଏସୋସିଏସନ (ଏଜମା) ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନ ଉତ୍ସବରେ ୧୩ଟି ବିଭାଗରେ ୮୯ ଖଣି ସମୂହ ଅଂଶଗ୍ରହଣ କରିଥିଲେ। ଉପ ନିର୍ଦେଶକ ଖଣି ସୁରକ୍ଷାଳୟ ଦକ୍ଷିଣ-ପୂର୍ବ ଜୋନ୍‌ (ରାଂଚି) ଅଶିମ କୁମାର୍‌ ସିହ୍ନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଇବାସା ଡିଏମ୍‌ଏସ୍‌ ସତିଶ୍‌ କୁମାର, ରାଞ୍ଚି ଡିଡିଏମ୍‌ଏସ୍‌ ଏସ୍ ଭାରତୀ, ରାଞ୍ଚି ଇଲେକ୍ଟ୍ରିକାଲ ଡିଡିଏମ୍‌ଏସ୍‌ ଆନନେଦ କୁମାର ଅଗ୍ରୱାଲ, ରାଞ୍ଚି ମେକାନିକାଲ ଡିଡିଏମ୍‌ଏସ୍‌ ଅଜୟ କୁମାର ଯାଦବ, ଫିମି ଉପସଭାପତି ରାଜୀବ୍‌ ଲୋଚନ ମହାନ୍ତି ଏବଂ ଏଜମା ସାଧାରଣ ସମ୍ପଦକ ପ୍ରବୋଧ କୁମାର୍‌ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଭାରତୀୟ ଇସ୍ପାତ୍‌ ପ୍ରାଧିକରଣ (ସେଲ୍‌) ଅନ୍ତର୍ଗତ କଞ୍ଚାମାଲ ବିଭାଗ ପରିଚାଳନାଧୀନ ବଲାଣି, କିରିବୁରୁ, ମେଘତବୁରୁ, ବରସୁଆଁ, ଗୋଆ ଖଣି ସଂସ୍ଥା ସମେତ ଅନ୍ୟ ଖଣିଗୁଡିକ ପକ୍ଷରୁ ଏହି ଉଦ୍‌ଯାପନ ଉତ୍ସବରେ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା।

Related story