ଜୟପୁର(ଟି.ଗୌରୀଶଙ୍କର): ଜୟପୁର ସହରର ପ୍ରତିଷ୍ଠିତ ଗହଣା ଦୋକାନ ମୟୂରୀ ଜୁଏଲର୍ସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି। ସୁନା ଓ ରୁପା କିଣାବିକାରେ ହେରଫେର୍ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍।
ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସ୍ ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା ହେବ। ଏହି ସୁନା ଓ ରୁପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ। ତେଣୁ ଏଥିରେ ହେର୍ଫେର୍ ହୋଇଥିବା ଜିଏସ୍ଟି ସନ୍ଦେହ କରିଥିଲା। ସେଥିପାଇଁ ଏହି ଫାଇନ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।