ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ଯବାନଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 02:44 PM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର):ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ଡିଭିଏଫ୍ ଯବାନ ସଞ୍ଜୟ ମାଝିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏକ ବିରାଟ ଶୋଭାଯାତ୍ରାରେ ସଞ୍ଜୟଙ୍କ ମୃତ ଶରୀରକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ରିଜର୍ଭ ପୋଲିସ ପଡ଼ିଆକୁ ନିଆଯାଇଥିଲା। ସେଠାରେ ତାଙ୍କୁ&nbsp; ଗାର୍ଡ ଅଫ୍&zwnj; ଅନର ଦିଆଯାଇଥିଲା।</p> <p>ଗତକାଲି ସନ୍ଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝି ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।</p> <p>ଏସ୍&zwnj;ପି ରାହୁଲ ପିଆରଙ୍କ ନେତୃତ୍ୱରେ ନିୟମଗିରି ସକଟା ଅଞ୍ଚଳରେ ୩ ପ୍ଲାଟୁନ ଏସଓଜି ଓ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।</p>

Related story