କଟକ (ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ମା' ଦୁର୍ଗାଙ୍କ ଦଶହରା। ଆଜି ସବୁଠି ଦଶମୀ ଅର୍ଥାତ୍ ଦଶହରା ପାଳନ କରାଯାଉଛି। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭସାଣ ପାଇଁ ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ଯ୍ୟାୟରେ ସମୟ ଧାର୍ଯ୍ୟ ହୋଇଛି। ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣ ଉତ୍ସବ ହେବ।
ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣରେ ସାମିଲ୍ ହେବାକୁ ଅନୁମତି ମିଳିବ। ମୂର୍ତ୍ତିକୁ ଚେଚିସ୍ ବଦଳରେ ଡାଲା ଅଟୋ କିମ୍ବା ପିକଅପରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଏ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।