ରାଜ୍ୟକୁ ଫେରିଲା ଲକଡାଉନ! ଜାଣନ୍ତୁ କ’ଣ ଖୋଲିବ ଓ କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲକ୍‌-୨ ବେଳେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରୁ ଓଡ଼ିଶା ସରକାର ଏହାର ମୁକାବିଲା ପାଇଁ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ। ତେବେ ଲକଡାଉନ ସମୟରେ କ’ଣ ସବୁ ନିୟମ ରହିବ ଜାଣନ୍ତୁ- ୧- ଲୋକଙ୍କ ଯା’ଆସ ଉପରେ ସଂପୂର୍ଣ୍ଣ ଭାବେ ରୋକ ଲାଗିବ। […]

dys

Hemant Lenka
  • Published: Thursday, 16 July 2020
  • , Updated: 16 July 2020, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲକ୍‌-୨ ବେଳେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରୁ ଓଡ଼ିଶା ସରକାର ଏହାର ମୁକାବିଲା ପାଇଁ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ରାଉରକେଲା ମହାନଗର ସମେତ ୪ ଜିଲ୍ଲା-ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ।

ତେବେ ଲକଡାଉନ ସମୟରେ କ’ଣ ସବୁ ନିୟମ ରହିବ ଜାଣନ୍ତୁ-

୧- ଲୋକଙ୍କ ଯା’ଆସ ଉପରେ ସଂପୂର୍ଣ୍ଣ ଭାବେ ରୋକ ଲାଗିବ।

୨-ଲକଡାଉନ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୩- ଜରୁରୀ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧିକୁ ଅନୁମତି

୪- ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ବନ୍ଦ

୫- ଲକଡାଉନ ଲାଗୁ ହୋଇଥିବା ୪ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ରହିବ

୬- ଲକଡାଉନ ବେଳେ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ କେହି ପ୍ରବେଶ କରିପାରିବେନି

୭- ରାଉରକେଲା ଓ ଅନ୍ୟ ୪ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ

୮- ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ

୯- ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ଅଫିସ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଚାଲୁ ରହିବ

୧୧- ଇ-କମର୍ସ, ହୋମ୍ ଡେଲିଭରୀ, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଲକଡାଉନରୁ ବାଦ୍ ଦିଆଯାଇଛି

୧୨- ଆଇଟି, ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ଚାଲୁ ରହିବ।

୧୩-ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲିବ

୧୪- ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ

୧୫- ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧିକୁ ଅନୁମତି

୧୬- ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା ଖୋଲା ରହିବ

୧୭- ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ କଟକଣା ମୁକ୍ତ

୧୮- ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ଲକଡାଉନ୍ରେ ହୋଇପାରିବ

୧୯-କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ଅନୁମତି ମିଳିବ

୨୦-ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ପାଇଁ ଘରୋଇ ଗାଡ଼ି ଓ ଟ୍ୟାକ୍ସକୁ ଅନୁମତି

୨୧-ରାଜପଥରେ ମାଲବାହୀ ଗାଡ଼ି ଯାତାୟତ କରିପାରିବେ

୨୨- ଓଲା ଓ ଉବେର ଭଳି ଗାଡ଼ି ମଧ୍ୟ ଚଳପ୍ରଚଳ କରିପାରିବେ

୨୩-ଏସବୁ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବନ୍ଦ ରହିବ

Related story