ସ୍ୱାଧୀନତା ଦିବସ ପାଳନ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌, କଣ ଅଛି ପଢ଼ନ୍ତୁ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ  ଉତ୍ସବ ଶେଷ ହେବ। ରାଜ୍ୟସ୍ତରରେ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ […]

lilkila

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 06:13 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ  ଉତ୍ସବ ଶେଷ ହେବ।

ରାଜ୍ୟସ୍ତରରେ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ ପାଳନ ହେବ। ସ୍ୱାଧୀନତା ଦିବସ  ପାଳନ ବେଳେ ଲୋକ ଗହଳି ହେବନି। ସାମାଜିକ ଦୂରତ୍ୱ ବଜାୟ ରହିବ। ମାସ୍କ ପିନ୍ଧିବା ଜରୁରୀ ବୋଲି ଗାଇଡଲାଇନ ଜାରି ହୋଇଛି। ସ୍ୱାଧୀନତା ଦିବସ ଉତ୍ସବକୁ କୋଭିଡ୍‌ ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମୀଙ୍କୁ ଡକାଯିବ। ରାଜ୍ୟ ଭଳି ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତରେ ମଧ୍ୟ କୋଭିଡ଼ ଯୋଦ୍ଧାଙ୍କୁ ଡକିବାକୁ କୁହାଯାଇଛି। ଅଧିକ ଗହଳି ଏଡାଇବାକୁ ଟେକ୍ନୋଲୋଜି ବ୍ୟବହାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

Related story