‘ବାୟୁ’ର ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବାୟୁ’ ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳେ ଏହା ରାଜ୍ୟର ସୌରାଷ୍ଟ୍ର ଓ କଚ୍ଛ ମଧ୍ୟରେ ସ୍ଥଳଭାବ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର […]

vayu1

vayu1

Jitendra Garnayak
  • Published: Wednesday, 12 June 2019
  • Updated: 12 June 2019, 02:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବାୟୁ’ ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳେ ଏହା ରାଜ୍ୟର ସୌରାଷ୍ଟ୍ର ଓ କଚ୍ଛ ମଧ୍ୟରେ ସ୍ଥଳଭାବ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାତ୍ୟା ‘ବାୟୁ’ର ମୁକାବିଲା କରିବାକୁ ଗୁଜରାଟ ସରକାର ଓଡ଼ିଶାର ପରାମର୍ଶ ନେଇଛନ୍ତି। ବାତ୍ୟା ମୁକାବିଲା ସହିତ କ୍ଷୟକ୍ଷତିହ୍ରାସ ଓ ପୁନର୍ବାସ ଏବଂ ଥଇଥାନାରେ ଓଡ଼ିଶାର ଅଭିଜ୍ଞତା ଥିବା ଗୁଜରାଟ ସରକାର ଏହାର ସହାୟତା ଲୋଡିଛନ୍ତି। ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ କଥା ହୋଇଛନ୍ତି ଗୁଜରାଟରେ ମୁଖ୍ୟ ଶାସନ ସଚିବ ଜେ.ଏନ୍. ସିଂହ।

ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି,“ସାମୁଦ୍ରିକ ଝଡ଼ ‘ବାୟୁ’ର ମୁକାବିଲା ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ମୋ ସହିତ ଆଲୋଚନା କରିଥିଲେ। ଓଡ଼ିଶାଠାରୁ ଯଦି କୌଣସି ସାହାଯ୍ୟ ଦରକାର ହେବ, ତା’ହେଲେ ସେମାନେ ଆମକୁ କହିପାରିବେ ବୋଲି ମୁଁ ତାଙ୍କୁ କହିଛି। ପରିସ୍ଥିତି ଦେଖି ସାହାଯ୍ୟ ନେବେ ବୋଲି ସେ ମୋତେ କହିଛନ୍ତି। ‘ତିତଲି’ ଓ ‘ଫୋନି’ ମୁକାବିଲା ନେଇ ଆମ ପାଖରେ ଯେଉଁ ଅଭିଜ୍ଞତା ଥିଲା, ସେ ବିଷୟରେ ମଧ୍ୟ ଗୁଜରାଟ ମୁଖ୍ୟ ସଚିବ ମୋ ସହିତ ଆଲୋଚନା କରିଥିଲେ।”

ସୂଚନାଯୋଗ୍ୟ, ଭେରି ସିଭିୟର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହୋଇଥିବା ‘ବାୟୁ’ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ବର୍ତ୍ତମାନ ଗୁଜରାଟଠାରୁ ୩୪୦କିଲୋମିଟର ଦୂରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos