ରାଜଧାନୀରେ ମିଳୁଛି ବନ୍ଧୁକ! ଦାମ ଲକ୍ଷେ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ଚୋରା ବନ୍ଧୁକ ରାକେଟ୍‌। ଆଜି ଏହାର ପର୍ଦ୍ଦାଫାସ୍‌ କରିଛି କ୍ରାଇମବ୍ରାଞ୍ଚ। ଗଣ୍ଡମୁଣ୍ଡାରେ ଚୋରା ବନ୍ଧୁକ ବିକିବାକୁ ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ବନ୍ଧୁକ ବିକ୍ରି କରୁଥିବା ଡିଲର ଓ ଅନ୍ୟଜଣେ ବନ୍ଧୁକ କିଣୁଥିବା ବ୍ୟକ୍ତି ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୂଚନା ଦେଇଛି। ଚୋରା ବନ୍ଧୁକ କାରବାର କରୁଥିବା ଡିଲର ଜଣେ ଛାତ୍ର। ସେ ଭୁବନେଶ୍ୱରରେ ଏକ […]

gun-busness-in-bhubaneswar

Manoranjan Sial
  • Published: Monday, 10 February 2020
  • , Updated: 10 February 2020, 06:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ଚୋରା ବନ୍ଧୁକ ରାକେଟ୍‌। ଆଜି ଏହାର ପର୍ଦ୍ଦାଫାସ୍‌ କରିଛି କ୍ରାଇମବ୍ରାଞ୍ଚ। ଗଣ୍ଡମୁଣ୍ଡାରେ ଚୋରା ବନ୍ଧୁକ ବିକିବାକୁ ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ବନ୍ଧୁକ ବିକ୍ରି କରୁଥିବା ଡିଲର ଓ ଅନ୍ୟଜଣେ ବନ୍ଧୁକ କିଣୁଥିବା ବ୍ୟକ୍ତି ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୂଚନା ଦେଇଛି।

ଚୋରା ବନ୍ଧୁକ କାରବାର କରୁଥିବା ଡିଲର ଜଣେ ଛାତ୍ର। ସେ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପଢୁଛନ୍ତି। ତାଙ୍କ ଘର ଝରଖଣ୍ଡରେ। ସେ ବିହାରରୁ ବନ୍ଧୁକ ଆଣି ଏଠାରେ ଚୋରା କାରବାର କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୂଚନା ଦେଇଛି। ଗିରଫ ଛାତ୍ରଙ୍କଠାରୁ କ୍ରାଇମବ୍ରାଞ୍ଚ ତିନିଟି ୭.୬୫ ଏମ୍ଏମ୍ ଅଟୋମେଟିକ୍ ପିସ୍ତଲ୍, ୫ଟି ମ୍ୟାଗଜିନ ଓ ୨୨ ଟି ଗୁଳି ଜବତ କରିଛି।

ଗୋଟିଏ ବନ୍ଧୁକକୁ ଲକ୍ଷେ ଟଙ୍କାରେ ବିକିବାକୁ ଡିଲ୍ ହେଉଥିଲା। ଗିରଫ ବନ୍ଧୁକ ଚାଲାଣକାରୀ ବେଆଇନ ସଂଗଠନ ସହ ସଂଶ୍ଲିଷ୍ଟ ଥିବା ବି ସୂଚନା ମିଳିଛି। ତେବେ ଏହି ବନ୍ଧୁକ କାରବାର କେବେଠୁ ଚାଲିଥିଲା ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଗିରଫ ପରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related story