ଗୁଣପୁର: ବଂଶଧାରାରେ ଭାସି ଯାଇଥିବା ନାବାଳକର ମୃତଦେହ ଉଦ୍ଧାର

ଗୁଣପୁର: ଗତକାଲି ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଘାଟକୁ ଗାଧୋଇବାକୁ ଯାଇ ବଂଶଧାରା ନଦୀରେ ଭାସି ଯାଇଥିବା ସୁନୀଲ କୁମ୍ଭାର (୮) ନାମକ ଜଣେ ଶିଶୁର ମୃତଦେହକୁ ଆଜି ନାଇରାରୁ ଉଦ୍ଧାର କରାଯାଇଛି। ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ବ୍ୟକ୍ତି ସୁନୀଲଙ୍କ ମୃତଦେହକୁ ଠାବ କରିଥିଲେ। ତା’ପରେ ସେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୁନୀଲକୁ ଗତକାଲି ଗାଁ ଲୋକେ ଖୋଜାଖୋଜି କରି ଥିଲେ, କିନ୍ତୁ ପାଇ ନ ଥିଲେ। ଦମକଳବାହିନୀ ବି ଆସି ଖୋଜାଖୋଜି […]

deadbody

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 10:46 AM IST

ଗୁଣପୁର: ଗତକାଲି ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଘାଟକୁ ଗାଧୋଇବାକୁ ଯାଇ ବଂଶଧାରା ନଦୀରେ ଭାସି ଯାଇଥିବା ସୁନୀଲ କୁମ୍ଭାର (୮) ନାମକ ଜଣେ ଶିଶୁର ମୃତଦେହକୁ ଆଜି ନାଇରାରୁ ଉଦ୍ଧାର କରାଯାଇଛି। ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ବ୍ୟକ୍ତି ସୁନୀଲଙ୍କ ମୃତଦେହକୁ ଠାବ କରିଥିଲେ। ତା’ପରେ ସେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସୁନୀଲକୁ ଗତକାଲି ଗାଁ ଲୋକେ ଖୋଜାଖୋଜି କରି ଥିଲେ, କିନ୍ତୁ ପାଇ ନ ଥିଲେ। ଦମକଳବାହିନୀ ବି ଆସି ଖୋଜାଖୋଜି କରିଥିଲା।

Related story