ଗୁଣପୁର: ବଂଶଧାରା ଗର୍ଭରେ ଲୀନ ହେବାକୁ ଯାଉଛି ୪୦ ଟି ଗାଁ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଦେଇ ପ୍ରବାହିତ ହେଉଛି ବଂଶଧାରା ନଦୀ। ଏବେ ଏହି ନଦୀ ଜିଲ୍ଲାର ୪୦ଟି ଗାଁ ପାଇଁ ଚିନ୍ତାର କାରଣ ସାଜିଛି। ଧୀରେ ଧୀରେ କୂଳ ଖାଉଛି ବଂଶଧାରା ଓ ବନ୍ୟା ହେଲେ ଗାଁ ଭିତରକୁ ମାଡ଼ି ଆସୁଛି ପାଣି। ଗୁଣପୁରରୁ ଗୁଡ଼ାରୀ ମଧ୍ୟରେ ରହିଛି ଏହି ଗାଁଗୁଡ଼ିକ। ବଂଶଧାରାରେ ବନ୍ୟା ଆସିଲେ ଏହି ଗାଁଗୁଡ଼ିକ ଫସଲ ନଷ୍ଟ ହୋଇଯାଏ। ଏବର୍ଷ ବି ଏହି ଆଶଙ୍କା କରୁଛନ୍ତି ଗ୍ରାମବାସୀ। ଚାଷୀ ଆନନ୍ଦ ପାଢୀ […]

vlcsnap-2015-08-16-10h25m31s030

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 05:06 AM IST

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଦେଇ ପ୍ରବାହିତ ହେଉଛି ବଂଶଧାରା ନଦୀ। ଏବେ ଏହି ନଦୀ ଜିଲ୍ଲାର ୪୦ଟି ଗାଁ ପାଇଁ ଚିନ୍ତାର କାରଣ ସାଜିଛି। ଧୀରେ ଧୀରେ କୂଳ ଖାଉଛି ବଂଶଧାରା ଓ ବନ୍ୟା ହେଲେ ଗାଁ ଭିତରକୁ ମାଡ଼ି ଆସୁଛି ପାଣି। ଗୁଣପୁରରୁ ଗୁଡ଼ାରୀ ମଧ୍ୟରେ ରହିଛି ଏହି ଗାଁଗୁଡ଼ିକ। ବଂଶଧାରାରେ ବନ୍ୟା ଆସିଲେ ଏହି ଗାଁଗୁଡ଼ିକ ଫସଲ ନଷ୍ଟ ହୋଇଯାଏ। ଏବର୍ଷ ବି ଏହି ଆଶଙ୍କା କରୁଛନ୍ତି ଗ୍ରାମବାସୀ। ଚାଷୀ ଆନନ୍ଦ ପାଢୀ କହିଛନ୍ତି ଯେ ଗତବର୍ଷ ଫସଲ ଉଜୁଡ଼ି ଥିଲା। ଏଥର ବି ବନ୍ୟା ଆଶଙ୍କା ରହିଛି। ଏଣୁ ଜିଲ୍ଲାର ଚାଷୀମାନେ ଚିନ୍ତାରେ ଅଛନ୍ତି।

ବଂଶଧାରା ନଦୀ ଧୀରେ ଧୀରେ କୂଳ ଖାଇ ଖାଇ ଚାଲିଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। କୂଳ ଖାଉ ଥିବା ଯୋଗୁ ନଦୀର ଗତି ପଥରେ ମଧ୍ୟ ପରିବର୍ତ୍ତନ ଆସିଲାଣି। ୨୦୦୭ରେ ଗୁମୁଡା ନିକଟରେ ବଂଶଧାରା ନଦୀ  ବଂଶଧାରା ନଦୀ ପଶ୍ଚିମକୁ ମୁହାଁଇବାରୁ ବନ୍ୟାରେ ସେତୁ ଭାସିଯାଇଥିଲା। ସେହିଭଳି ଗତମାସରେ ଏକ କାଠ ପୋଲ ମଧ୍ୟ ଭାସି ଯାଇଥିଲା। ତେବେ ଏନେଇ ପ୍ରଶାନର ପ୍ରତିକ୍ରିୟା ମିଳି ନ ଥିବା ବେଳେ ସ୍ଥାନୀୟ ବିଧାୟକ ତ୍ରିନାଥ ଗମାଙ୍ଗ କହିଛନ୍ତି ୨ କୋଟି ୪୦ ଲକ୍ଷ କୋଟି ଟଙ୍କାର ଟେଣ୍ଡର ହୋଇସାରିଛି। ଜଳସମ୍ପଦ ସଚିବଙ୍କୁ ଜଣାଇଛୁ ଖୁବଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରିବୁ।

୧୯୮୦ରେ ବଂଶଧାରାରେ ଆସିଥିବା ବନ୍ୟାରେ ଗୁଡାରି, ଗୁଣପୁର ସମେତ ଡେରିଗାଁ, କର୍ଣ୍ଣପାଡୁ,ଗୁମୁଡା, ଖାଲଗୁମୁଡା, ଲିମାପଦର,ବିକ୍ରମପୁର,ଗାଦିଆଖଳା ଆଦି ନଦୀତଟବର୍ତ୍ତୀ ୪୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିଲା। ଏହାସହିତ ଅନେକ ଧନସଂପତ୍ତି  ନଷ୍ଟ ହୋଇଥିଲା।

Related story