କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହେଲେ ଗୁରୁ ବନମାଳୀ ମହାରଣା

ଭୁବନେଶ୍ୱର:୨୦୧୬ ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ସଂଗୀତ କ୍ଷେତ୍ରରେ  ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସମ୍ମାନ ପ୍ରଦାନ କରିଛନ୍ତି। ରାଜ୍ୟ […]

banamali-maharana

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 08:02 AM IST

ଭୁବନେଶ୍ୱର:୨୦୧୬ ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ସଂଗୀତ କ୍ଷେତ୍ରରେ  ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସମ୍ମାନ ପ୍ରଦାନ କରିଛନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବନମାଳୀ ମହାରଣାଙ୍କୁ ଉପଢୌକନ ଓ ମାନପତ୍ର ସହିତ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହା ସହିତ ଅଭିନୟ, ଲୋକ ସଂଗୀତ, ନାଟ୍ୟ ନିର୍ଦ୍ଦେଶନା, ଗୀତି କବିତା, ଲୋକନାଟ୍ୟ, ଓଡିଶୀ ନୃତ୍ୟ, ସୁଗମ ସଂଗୀତ, ୟନ୍ତ୍ର ସଂଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୬ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ମାନପତ୍ର, ଉପଢୌକନ ସହିତ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଆୟୋଜିତ ସଂଗୀତ କାର୍ଯ୍ୟକ୍ରମରେ ସୁବାସ ଦାସ, ଶ୍ୱେତା ମିଶ୍ର ଓ ରୁଦ୍ର ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

Related story