ଗୁରୁଦିବସରେ ୯୫ ଜଣ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଗୁରୁଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯୫ ଜଣ କୃତୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଛି। ୨୦୧୩ ବର୍ଷ ପାଇଁ ୫୦ ଜଣ ଓ ୨୦୧୪ ପାଇଁ ୪୫ ଜଣଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର, ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା। […]
ଭୁବନେଶ୍ୱର: ଗୁରୁଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯୫ ଜଣ କୃତୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଛି। ୨୦୧୩ ବର୍ଷ ପାଇଁ ୫୦ ଜଣ ଓ ୨୦୧୪ ପାଇଁ ୪୫ ଜଣଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର, ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା। ପ୍ରତି ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୋଟିଏ ଲେଖାଏଁ ଇଁରାଜୀ ମିଡିୟମ ସ୍କୁଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବାର ବ୍ୟବସ୍ଥା ରାଜ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସେବାକାଳୀନ ଶିକ୍ଷକ ପ୍ରଶିକ୍ଷଣ ପାଇଁ ବାର୍ଷିକ ଖସଡ଼ା ପ୍ରସ୍ତୁତ ହୋଇଛି। ଏଥିରେ ୪୫ ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ତା’ସହ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଅଗ୍ରଣୀ ସରକାରୀ କଲେଜ ଓ ରାଜ୍ୟରେ ଥିବା ବିଶ୍ୱ ବିଦ୍ୟାଳୟ ମାନଙ୍କରେ ୨୪ଟି ବିଇଡି ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ହୋଇଛି।