ଗୁରୁପ୍ରିୟା ସେତୁ: ସମୟ ମାଗି ସାରି ପାରୁନାହାନ୍ତି କାମ!

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଗୁରୁପ୍ରିୟା ସେତୁ କାମ ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେପ୍ଟେମ୍ୱର ସୁଦ୍ଧା କାମ ସାରିବା ଲକ୍ଷ୍ୟ ଥିଲେ ମଧ୍ୟ ଆହୁରି ପ୍ରାୟ ୩୫ ପ୍ରତିଶତ କାମ ବାକି ରହିଛି। ଆଗକୁ ବର୍ଷାଦିନ ଆସୁଥିବାରୁ କାମ ବିଳମ୍ବ ହୋଇପାରେ। ମାଲକାନଗିରିର ଦୁର୍ଗମ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ଆରମ୍ଭ କରାଯାଇଥିଲା। ଜାନବାଇରୁ ବଡ଼ପଡ଼ା ଘାଟକୁ ସଂଯୋଗ ଲାଗି ନିର୍ମାଣ ହେଉଛି ଏହି ବ୍ରିଜ୍। […]

gurupriya bridge

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 07:55 PM IST

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଗୁରୁପ୍ରିୟା ସେତୁ କାମ ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେପ୍ଟେମ୍ୱର ସୁଦ୍ଧା କାମ ସାରିବା ଲକ୍ଷ୍ୟ ଥିଲେ ମଧ୍ୟ ଆହୁରି ପ୍ରାୟ ୩୫ ପ୍ରତିଶତ କାମ ବାକି ରହିଛି। ଆଗକୁ ବର୍ଷାଦିନ ଆସୁଥିବାରୁ କାମ ବିଳମ୍ବ ହୋଇପାରେ।

ମାଲକାନଗିରିର ଦୁର୍ଗମ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ଆରମ୍ଭ କରାଯାଇଥିଲା। ଜାନବାଇରୁ ବଡ଼ପଡ଼ା ଘାଟକୁ ସଂଯୋଗ ଲାଗି ନିର୍ମାଣ ହେଉଛି ଏହି ବ୍ରିଜ୍। ଏଥିପାଇଁ ଆବଶ୍ୟକ ୧୩୬ଟି ପାଇଲ୍ ମଧ୍ୟରୁ ଶେଷ ହୋଇଛି ୧୩୧ଟି। ୨୩ଟି ପିଲର୍ ମଧ୍ୟରୁ ୧୮ଟିର କାମ ମଧ୍ୟ ସରିଛି। ସେହିପରି ୪୮ଟି ପିଏସ୍‌ସି ଗାଡର୍ ମଧ୍ୟରୁ ୨୯ଟି ଶେଷ ହୋଇଛି। ତେବେ ଆବଶ୍ୟକ ୧୫ଟି ଷ୍ଟିଲ୍ ଗାଡର ମଧ୍ୟରୁ ଏଯାଏଁ ଗୋଟିଏ ବି ଆସିନାହିଁ। ଅନ୍ୟପକ୍ଷରେ ୨୨ଟିରୁ ମାତ୍ର ୬ଟି ସ୍ଳାପ୍ ପଡିଛି। ପାଖାପାଖି ୩୫ ପ୍ରତିଶତ କାମ ବାକି ରହିଥିବାରୁ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଯେଉଁ ଡେଡ୍‌ଲାଇନ୍ ଅଛି, ତା ଭିତରେ କାମ ସରିବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଯନ୍ତ୍ରୀ କହିଛନ୍ତି ଠିକ୍ ସମୟରେ କାମ ସରିବ।

ଗତକାଲି ନୂଆଦିଲ୍ଲୀରେ ହୋଇଥିବା ମାଓ ମୁକାବିଲା ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ପାଇଁ ବକେୟା ଥିବା ୧୪୨ କୋଟି ଟଙ୍କା ଶୀଘ୍ର ଦେବାକୁ ଦାବି କରିଥିଲେ। ଏହି ସେତୁ କାମ ସରିଲେ ମାଓ ମୁକାବିଲ ଅପରେଶନ ହୋଇପାରିବ। ଏହାଛଡ଼ା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିବ।

Related story