ପୁଣି ଦବିଲା ଗୁରୁପ୍ରିୟା ସେତୁ

Ordigital Desk
  • Published: Wednesday, 11 April 2018
  • , Updated: 11 April 2018, 02:43 PM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ବିଚ୍ଛିନ୍ନାଞ୍ଚଳ ଲାଇଫଲାଇନ ଗୁରୁପ୍ରିୟା ସେତୁ ପୁଣି ଦବିଛି। ନିର୍ମାଣାଧୀନ ପିଲର୍&zwnj;ର ୨ଟି ପାଇଲ୍ ଦବି ଯାଇଛି। ଏହି ଦୁଇଟି ପାଇଲ୍ ୧୬ ନମ୍ବର ପିଲରରେ ରହିଛି ଓ ବଙ୍କା ହୋଇଯାଇଛି।</p> <p>୧୩ରୁ ୧୮ ନମ୍ବର ପିଲର ତଳେ ରହିଛି ୬ଟି ଲେଖାଏଁ ପାଇଲ। ୧୬ ନମ୍ବର ପିଲରର ୬ଟି ପାଇଲ ମଧ୍ୟରୁ ୨ଟି ଦବି ଯାଇଛି।</p> <p>ପାଇଲ୍ ଦବି ଥିବାରୁ ସେତୁ କାମ ନିମ୍ନମାନର ହେଉଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବି ସେତୁର ୨ଟି ପାଇଲ୍ ବଙ୍କା ହୋଇ ଯାଇଥିଲା। ଏହାପରେ ନୂତନ ପାଇଲ୍ କରାଯାଇଥିଲା। ଏବେ ପୁଣି ୨ଟି ପାଇଲ ଦବିବା ଯୋଗୁଁ କାମ ସରିବାରେ ବିଳମ୍ବ ହେବା ନିଶ୍ଚିତ ହୋଇଯାଇଛି।</p>

Related story