ଜ୍ଞାନଦେବ ବେଉରା ପିସିିସି ଓବିସି ସେଲ୍ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟରେ ‘ଓବିସି ସଂରକ୍ଷଣ’ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ଓବିସି ସେଲ୍ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି। ପିସିସି ମୁଖପାତ୍ର ଜ୍ଞାନଦେବ ବେଉରାଙ୍କୁ ଓଡ଼ିଶା ପିସିସି ଓବିସି ସେଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନିଯୁକ୍ତି ଦେଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳ ଏକ […]

6hm

Ordigital Desk
  • Published: Saturday, 28 August 2021
  • , Updated: 28 August 2021, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟରେ ‘ଓବିସି ସଂରକ୍ଷଣ’ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ଓବିସି ସେଲ୍ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି। ପିସିସି ମୁଖପାତ୍ର ଜ୍ଞାନଦେବ ବେଉରାଙ୍କୁ ଓଡ଼ିଶା ପିସିସି ଓବିସି ସେଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନିଯୁକ୍ତି ଦେଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳ ଏକ ପ୍ରେସ୍ ରିଲିଜରେ ଆଜି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବିଜେପି ନିଜର ଓବିସି ସେଲ୍ ଅଧ୍ୟକ୍ଷ ଭାବେ ସୁରଥ ବିଶ୍ୱାଳଙ୍କୁ ନିଯୁକ୍ତି ଦେବା ସହ କମିଟି ପୁର୍ନଗଠନ କରିଥିବାବେଳେ କଂଗ୍ରେସ ଆଜି ଓବିସି ସେଲ୍ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି। ପୂର୍ବରୁ ବିଷ୍ଣୁ ବାରିକ ପିସିସି ଓବିସି ସେଲ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏବେ ନୂଆ ଓବିସି ସେଲ୍ ଅଧ୍ୟକ୍ଷ ଶ୍ରୀ ବେଉରା ନିଜର ଟିମ୍ ଗଠନ କରିବେ। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ‘ଓବିସି କାର୍ଡ’ ଖେଳୁଥିବାରୁ ବିଜେପି ଓ କଂଗ୍ରେସ ନିଜସ୍ୱ ଓବିସି ସେଲ୍ ଏବଂ ମୁଖିଆ ରଖିଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ନିଜର ଗୋଟିଏ କମିଟି ଗଠନ କରିପାରିନି ବୋଲି ଚର୍ଚ୍ଚା।

Related story