ପୁରୁଣା କଟକରେ କୁଆପଥର ବର୍ଷା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଆଜି ଅପରାହ୍ନରେ ହଠାତ୍‌ ପୁରୁଣା କଟକ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିଥିଲା। ତା’ପରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। କୁଆପଥର […]

Hailstones

Hailstones

Manoranjan Sial
  • Published: Saturday, 03 April 2021
  • Updated: 03 April 2021, 07:39 PM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ହୋଇଛି।

ଆଜି ଅପରାହ୍ନରେ ହଠାତ୍‌ ପୁରୁଣା କଟକ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିଥିଲା। ତା’ପରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡ଼ରେ ଅନେକ ସ୍ଥାନରେ ଆଜବେଷ୍ଟସ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏପରିକି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। ଦୀର୍ଘ ଦିନ ପରେ ବର୍ଷା ହୋଇଥିବାରୁ ଗ୍ରୀଷ୍ମ ପ୍ରବାହରୁ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ସହିତ କୁଆପଥର ମାଡ଼ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos