କାଳବୈଶାଖୀର ତାଣ୍ଡବ; ଗଛପଡ଼ି ଯୁବକ ମୃତ

କୋରାପୁଟ: କୋରାପୁଟ୍‌ରେ କାଳବୈଶାଖୀ ତାଣ୍ଡବ ରଚିଛି। ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିଥିଲା। ସୋନାବେଡା ହାଲ୍‌ ସୁଖୋଇର ପ୍ଲାଣ୍ଟର କର୍ମଚାରୀ ପ୍ରସନ୍ନ ବେହେରା ଝଡତୋଫାନ ବେଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗୋଟିଏ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।  କାଳବୈଶାଖୀ ପ୍ରଭାବରେ ସୁନାବେଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି। ଆଜି ଉପକୂଳରେ ତାତି ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର […]

storm-l

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 08:29 PM IST

କୋରାପୁଟ: କୋରାପୁଟ୍‌ରେ କାଳବୈଶାଖୀ ତାଣ୍ଡବ ରଚିଛି। ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିଥିଲା। ସୋନାବେଡା ହାଲ୍‌ ସୁଖୋଇର ପ୍ଲାଣ୍ଟର କର୍ମଚାରୀ ପ୍ରସନ୍ନ ବେହେରା ଝଡତୋଫାନ ବେଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗୋଟିଏ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।  କାଳବୈଶାଖୀ ପ୍ରଭାବରେ ସୁନାବେଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି।

ଆଜି ଉପକୂଳରେ ତାତି ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ଦେଖିବାକୁ ମିଳିଛି। ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୨.୫ ଡିଗ୍ରୀ। ଅନୁଗୋଳ ୪୨.୨, ଝାରସୁଗୁଡ଼ା ୪୨, ହୀରାକୁଦ ୪୧, ଭୁବନେଶ୍ୱର ୩୭.୭ ଓ କଟକ ୩୬.୭ ଡିଗ୍ରୀ ତାପମାତ୍ରା ରହିଛି।

Related story