ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାରୁଆ ସାହିର ଏକ ଭଡ଼ା ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଏନ୍‌ ଦେବେନ୍ଦର। ତାଙ୍କ ଘର ତେଲେଙ୍ଗାନାରେ। ସେ ଦୁଇ ବର୍ଷ ହେଲା ସୋରଡ଼ା ସ୍ଥିତ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ସୋମବାର (ଗତକାଲି) ଏନ୍‌ ଦେବେନ୍ଦର ବ୍ୟାଙ୍କ ଆସିବାରେ ବିଳମ୍ବ କରିବାକୁ ବ୍ୟାଙ୍କର ଜଣେ କର୍ମଚାରୀ […]

dead body

dead body

Jitendra Garnayak
  • Published: Tuesday, 06 July 2021
  • Updated: 06 July 2021, 01:17 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାରୁଆ ସାହିର ଏକ ଭଡ଼ା ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ଜଣଙ୍କ ହେଲେ ଏନ୍‌ ଦେବେନ୍ଦର। ତାଙ୍କ ଘର ତେଲେଙ୍ଗାନାରେ। ସେ ଦୁଇ ବର୍ଷ ହେଲା ସୋରଡ଼ା ସ୍ଥିତ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ସୋମବାର (ଗତକାଲି) ଏନ୍‌ ଦେବେନ୍ଦର ବ୍ୟାଙ୍କ ଆସିବାରେ ବିଳମ୍ବ କରିବାକୁ ବ୍ୟାଙ୍କର ଜଣେ କର୍ମଚାରୀ ତାଙ୍କୁ ଡାକିବାକୁ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ସୋରଡ଼ା ପୁଲିସକୁ ଖବର ଦେଇଥିଲେ।

ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା l ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ ପୁଲିସ୍‌ ଘଟଣାସ୍ଥଳକୁ ଯାଞ୍ଚ କରିଛି। ପୁଲିସ୍ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।

ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନ୍‌ ଦେବେନ୍ଦରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos