ବେଙ୍ଗାଲୁରୁରୁ ପୁରୀ ଆସିଥିଲେ ମହିଳା, ମିଳିଲା ଝୁଲନ୍ତା ମୃତଦେହ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ଏକ ତାରକା ହୋଟେଲରୁ ଆଜି ଜଣେ ଅଣଓଡ଼ିଆ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଜଣକ ରଶି ଲଗାଇ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତା ମହିଳାଙ୍କ ନାଁ ଐଶ୍ଚର୍ଯ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ୱାଟର ରିସୋର୍ସେସକୁ ନେଇ ଏକ ଏନଜିଓ ପାଇଁ କାର୍ଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ପୁରୀ ଆସି […]

lady

lady

Niharika Rout
  • Published: Thursday, 29 September 2022
  • Updated: 29 September 2022, 11:49 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ଏକ ତାରକା ହୋଟେଲରୁ ଆଜି ଜଣେ ଅଣଓଡ଼ିଆ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଜଣକ ରଶି ଲଗାଇ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତା ମହିଳାଙ୍କ ନାଁ ଐଶ୍ଚର୍ଯ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ୱାଟର ରିସୋର୍ସେସକୁ ନେଇ ଏକ ଏନଜିଓ ପାଇଁ କାର୍ଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ପୁରୀ ଆସି ହୋଟେଲରେ ରହିଥିଲେ।

ଗତକାଲି ରାତିରେ ସେ ନିଜ ପରିବାର ସହ କଥା ହୋଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ବହୁଥର ଫୋନ୍‌ କଲେ ବି କେହି ଉଠାଇ ନ ଥିଲେ। ଏନେଇ ପରିବାର ଲୋକେ ହୋଟେଲକୁ ଅବଗତ କରିଥିଲେ। ହୋଟେଲ ପକ୍ଷରୁ ବାରମ୍ବାର ତାଙ୍କ ରୁମ୍‌ ବେଲ୍ ମରାଯାଇଥିଲେ ବି କୌଣସି ଉତ୍ତର ମିଳି ନ ଥିଲା।

ପରେ  ରୁମ୍‌ ଖୋଲିବା ପରେ ମହିଳାଜଣକ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ  ସମୁଦ୍ରକୁଳ ଥାନା ପୁଲିସ ପହଞ୍ଚି ଘଟଣାର ଛାନବିନ କରୁଛି। ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି। ମୃତା ମହିଳାଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେ କରାଯିବ ବୋଲି ପୁଲିସ ଆଇଆଇସି ସୂଚନା ଦେଇଛନ୍ତି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos