ହନୁମାନ ପଇସା ପାଇଁ ଚାଲିଥିଲା ଡିଲ୍, ମାଡ଼ି ବସିଲା ପୁଲିସ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ୩ଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କା। ଏଥିପାଇଁ ହୋଇଥିଲା ଡିଲ୍‌। ଏହି ଡିଲ୍‌ ସୂର୍ଯ୍ୟ ପାତ୍ରଙ୍କ ଘରେ ଚାଲିଥିଲା। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ୩ ଟି ନକଲି ହନୁମାନ ପାଇସା ଜବତ କରିଛି। ସୋମବାର ସକାଳେ ନକଲି ହନୁମାନ ଟଙ୍କା ବିକ୍ରି ପାଇଁ ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ବାସଭବନରେ ହୋଇଥିଲା ଡିଲ୍‌। ଯୋଜନା […]

ganjam

Manoranjan Sial
  • Published: Tuesday, 26 January 2021
  • , Updated: 27 January 2021, 12:03 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ୩ଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କା। ଏଥିପାଇଁ ହୋଇଥିଲା ଡିଲ୍‌। ଏହି ଡିଲ୍‌ ସୂର୍ଯ୍ୟ ପାତ୍ରଙ୍କ ଘରେ ଚାଲିଥିଲା। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ୩ ଟି ନକଲି ହନୁମାନ ପାଇସା ଜବତ କରିଛି।

ସୋମବାର ସକାଳେ ନକଲି ହନୁମାନ ଟଙ୍କା ବିକ୍ରି ପାଇଁ ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ବାସଭବନରେ ହୋଇଥିଲା ଡିଲ୍‌। ଯୋଜନା ମୁତାବକ ସୂର୍ଯ୍ୟ ପାତ୍ର, ପ୍ରଧାନ ମହାପାତ୍ର(୪୧), ଅନିଲ କୁସୁମ(୩୪), ସୁରେଶ ମେହେର (୩୧), ଅକ୍ଷୟ କୁମାର ପାତ୍ର (୩୬), ଜୟନ୍ତ ପ୍ରଧାନ(୨୧), ବିଜୟ କୁମାର ବ୍ୟାଗ(୪୦) ଓ ଏସ. ଜୟରାମ ପାତ୍ର (୩୪) ହନୁମାନ ପାଇସା ବିକ୍ରି ପାଇଁ ଏକାଠି ହୋଇଥିଲେ।

ଏ ସମ୍ପର୍କରେ ବଡ଼ବଜାର ଥାନା ପୁଲିସ ଜାଣିପାରି ସମସ୍ତଙ୍କୁ ଗିରଫ କରିଥିଲା। ହେଲେ ମାଷ୍ଟରମାଇଣ୍ଡ ସୂର୍ଯ୍ୟ ପାତ୍ର ଫେରାର ହୋଇଯାଇଥିଲା। ପୁଲିସ ସୂର୍ଯ୍ୟ ପାତ୍ରଙ୍କ ଘରୁ ୩ଟି ତମ୍ବା ହନୁମାନ ମୁଦ୍ରା, ନଗଦ Rs1,50,000/- ଟଙ୍କା, ଦୁଇଟି ବାଇକ, ମ୍ୟାଗ୍ନେଟ୍କ, ସ୍ପିରିଟ୍ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି। ଏହି ସଂପର୍କରେ ବଡ଼ବଜାର ଥାନାରେ ନଂ 22/2021 U/s 120(B)/417/499/420/511/34 IPC , R/w Sec. 25 (1) (2) Antique & Treasures Act 1972 ରେ ମାମଲା ରୁଜୁ ହୋଇଛି।

ଅଧିକ ପଢ଼ନ୍ତୁ : ଆଉ ଶସ୍ତାରେ ଖାଇ ପାରିବେନି ସାଂସଦ

 

 

Related story