କେନ୍ଦ୍ରାପଡ଼ାବାସୀଙ୍କୁ ଖୁସି ଖବର ଦେଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରଣ ହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ। ଉପକୂଳ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳପଥରେ ଆଉ ୧୦-୧୫ ଦିନ ଭିତରେ ଟ୍ରେନ୍ ଚାଲିବ । ଏଥିରେ ପ୍ରଥମେ ମାଲ୍ ଗାଡ଼ି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ି ସୂଚନା ଦେଇଛନ୍ତି କନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । […]

thumb-1

Tapas Behera
  • Published: Thursday, 09 July 2020
  • , Updated: 09 July 2020, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରଣ ହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ। ଉପକୂଳ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳପଥରେ ଆଉ ୧୦-୧୫ ଦିନ ଭିତରେ ଟ୍ରେନ୍ ଚାଲିବ । ଏଥିରେ ପ୍ରଥମେ ମାଲ୍ ଗାଡ଼ି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ି ସୂଚନା ଦେଇଛନ୍ତି କନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାବାସୀ ବି ଏହି ଖବର ଶୁଣି ବେଶ୍ ଖୁସି।

ଆଉ ମାତ୍ର ଦଶ ରୁ ପନ୍ଦର ଦିନ। ସରିବ ଅଢ଼େଇ ଦଶନ୍ଧିର ଅପେକ୍ଷା।  ପୂରିବ ଲକ୍ଷ ଲକ୍ଷ ଲୋକଙ୍କ ଦାବି, ଆଶା ଓ ସ୍ୱପ୍ନ।  କେନ୍ଦ୍ରାପଡ଼ାର ଲାଇଫ୍ ଲାଇନ୍ ବନିବ ହରିଦାସପୁର-ପାରାଦୀପ ରେଳପଥ। ପ୍ରାୟ ୮୨ କିଲୋମିଟରର ଟ୍ରାକ୍ ପ୍ରସ୍ତୁତ, ୯ଟି ଷ୍ଟେସନ୍ ପ୍ରସ୍ତୁତ, ୩୧ଟି ବୃହତ୍ ଓ ମଧ୍ୟମ ସେତୁ ଓ ୧୬୪ଟି ଓଭର୍ ବ୍ରିଜ୍ ବି ପ୍ରସ୍ତୁତ।  ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଯୋଡ଼ିବ ୨ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ରେଳପଥ।  ଏଥିରେ ୧୦-୧୫ ଦିନରେ ଟ୍ରେନ୍ ଚାଲିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଦୀର୍ଘ ବର୍ଷର ଚର୍ଚ୍ଚା ପରେ ୧୯୯୬ରେ ମଞ୍ଜୁର ଏହି ରେଳପଥ ପାଇଁ ୧୯୯୯ରେ ଶିଳାନ୍ୟାସ ହୋଇଥିଲା । ଯୋଜନା ଥିଲା ୨୦୦୪ ସୁଦ୍ଧା ପୁରା ହେବ ପ୍ରକଳ୍ପ।  ହେଲେ ୟା ଭିତରେ ଦୀର୍ଘ ୧୬ ବର୍ଷ ବିତିଥିଲେ ବି, ରେଳ ଗଡ଼ିବା ଶୁଣି ଖୁବ୍ ଖୁସି କେନ୍ଦ୍ରାପଡ଼ାବାସୀ  । ଆଶା ମାଲ୍ ପରିବହନ ସୁଗମ ହେବ ଓ ଲୋକଙ୍କ ରୋଜଗାର ବଢ଼ିବ।
https://www.facebook.com/BaijayantPandaBJP/videos/823191158214432/

ଜିଲ୍ଲାରେ ପ୍ରଥମ ରେଳପଥର ସ୍ୱପ୍ନ ସାକାର ହେବା ପଛରେ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରମୁଖ ଭୂମିକା ଥିବା କହିଛନ୍ତି କେନ୍ଦ୍ରାପଡ଼ାବାସୀ । ବୈଜୟନ୍ତ ବି ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ି, ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସଂପୂର୍ଣ୍ଣ ହେବା, ତାଙ୍କ ପାଇଁ ସନ୍ତୋଷଜନକ ବୋଲି କହିଛନ୍ତି  । ସେ କହିଛନ୍ତି, ମଞ୍ଜୁର ହେବାର ଦୀର୍ଘ ୧୩ ବର୍ଷ ଯାଏଁ, ପ୍ରକଳ୍ପଟି କେବଳ କାଗଜ କଲମରେ ସୀମିତ ଥିଲା । ଅଧିଗ୍ରହଣ ଅପେକ୍ଷାରେ ଥିଲା ୩ ହଜାର ଏକର ଜମି। ତେବେ ସେ ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ, ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉଦ୍ୟମ କରିଥିଲେ ଓ ଅଗ୍ରଗତିର ସମୀକ୍ଷା କରି ପ୍ରତି ୩ ମାସରେ ସେସମ୍ପର୍କରେ ଲୋକଙ୍କୁ ଅବଗତ କରାଉଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟି ଜଙ୍ଗଲ ଜମି ପାଇଁ କ୍ଲିଅରାନ୍ସ ଆଣିବା ହେଉ, କି ବାରମ୍ବାର ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପକୁ ଗୁରୁତ୍ୱ ଓ ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ ଦାବି ହେଉ  ସେ ସାଂସଦ ଥିବା ଭିତରେ ହିଁ ୯୫ ପ୍ରତିଶତ କାଯର୍ୟ ଶେଷ ହୋଇଥିଲା ବୋଲି କହିଛନ୍ତି ବୈଜୟନ୍ତ । ୨୦୧୯ ନିର୍ବାଚନ ପରେ ମଧ୍ୟ ସେ ପ୍ରକଳ୍ପର ଶତ ପ୍ରତିଶତ କାର୍ଯ୍ୟକାରିତା ଦିଗରେ ତତ୍ପର ଥିଲେ।

Related story