ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ଝଡ଼। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଓ ଗିରଫ କରାଯିବା ଘଟଣାକୁ ନେଇ ବର୍ଷିଲେ କଂଗ୍ରେସ ସଦସ୍ୟ।
ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ । ଯୋଗୀ ମୋଦି ହାଏ ହାଏ ବୋଲି ସ୍ଲୋଗାନ ଦେଇଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ।
ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଦିନ ୧୦ଟା ୪୦ରୁ ୧୫ ମିନିଟ ପାଇଁ ମୁଲତବୀ କରିଥିଲେ । ଏହାପରେ ପୁଣିଥରେ କଂଗ୍ରେସ ବିଧାୟକ ହୋହଲ୍ଲା କରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।