ହାତୀ ଆକ୍ରମଣରେ ମହିଳା ମୃତ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଖଲିକୋଟ ବ୍ଲକ କନକା ପଞ୍ଚାୟତର ପାଳଦୁଆପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସାଇବାଣି (୬୦)। ସେ  ଆଜି ସକାଳୁ ପୋଖରୀ ଯାଉଥିବା ବେଳେ ହାତୀ ପଲ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।ଗୋଟିଏ ହାତୀର ଆକ୍ରମଣରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଖଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ବନ ବିଭାଗ ଓ ପୁଲିସ […]

mrutamahila

mrutamahila

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 10:35 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଖଲିକୋଟ ବ୍ଲକ କନକା ପଞ୍ଚାୟତର ପାଳଦୁଆପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସାଇବାଣି (୬୦)। ସେ  ଆଜି ସକାଳୁ ପୋଖରୀ ଯାଉଥିବା ବେଳେ ହାତୀ ପଲ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।ଗୋଟିଏ ହାତୀର ଆକ୍ରମଣରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଖଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ବନ ବିଭାଗ ଓ ପୁଲିସ ଅଧିକାରୀ ମନେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ସେହି ସ୍ଥାନରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବାରୁ ଆଜିର ଘଟଣାକୁ ନେଇ ଅଞ୍ଚଳବାସିନ୍ଦାଙ୍କ ମହଲରେ ଉତ୍ତଜନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos