ସାରା ରାତି ବନ୍ଦ କୋଠରୀରେ ରହିଲେ ପ୍ରଧାନ ଶିକ୍ଷକ

Ordigital Desk
  • Published: Sunday, 25 March 2018
  • , Updated: 25 March 2018, 09:37 AM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନାର ଆଗୁଳ ସେବାଶ୍ରମ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ତମାମ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇ ରଖିଥିଲେ ଛାତ୍ରଛାତ୍ରୀ। ଆଜି ସକାଳେ ମୁନିଗୁଡା ଥାନା ପୋଲିସ ତାଲା ଭାଙ୍ଗି ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଛି।</p> <p>ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗତକାଲି ରାତି ପ୍ରାୟ ୯ଟାରେ ନିଜ ରୁମ୍&zwnj;କୁ ଡାକିଥିଲେ। ଏହାପରେ ରାତି ପ୍ରାୟ ୧୨.୩୦ରେ ସେବାଶ୍ରମ ସ୍କୁଲର ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ବାହାର ପଟୁ ତାଲା ପକାଇ ଆଗୁଳ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଏନେଇ ମୁନିଗୁଡା ଥାନାକୁ ଜଣାଇବା ପରେ ରାତି ସାରା ପୋଲିସ ରୁମ୍ ବାହାରେ ଜଗି ରହିଥିଲା। ଆଜି ସକାଳେ ମୁନିଗୁଡା ଥାନା ଆଇଆଇସି ନିଜେ ପହଞ୍ଚି ପ୍ରଧାନ ଶିକ୍ଷକ ଓ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।</p>

Related story