ପ୍ରଧାନଶିକ୍ଷକ ଫେରାର, ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଳୀଳ ଭିଡ଼ିଓ

<p>ବଣାଇ(ଓଡ଼ିଶା ରିପୋର୍ଟର): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ। ପୁଣି ଥରେ ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସ୍କୁଲର ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଛାତ୍ରୀ। &nbsp;ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ବନ୍ଧାଭୁଇଁ ଜେମାମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୋଧରେ।</p> <p>ଏହି ବିଦ୍ୟାଳୟର କିଛି ଛାତ୍ରୀ ବଣାଇ ଗୋଗୁଆ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ତେଣୁ ପରୀକ୍ଷା କେନ୍ଦ୍ର ନିକଟରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଗତ ଫେବ୍ରୁଆରୀ ୨୩ ତାରିଖରେ ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇବା ସହ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଏନେଇ ଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇବା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଟିକାୟତପାଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଅଭିଭାବକ। &nbsp;ମାମଲାରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପ୍ରଧାନଶିକ୍ଷକଙ୍କ ନାଁରେ ମାମାଲା ରୁଜୁ ହୋଇଛି। &nbsp;ଘଟଣା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର ହୋଇଯାଇଛନ୍ତି।</p>

Ordigital Desk
  • Published: Monday, 19 March 2018
  • Updated: 19 March 2018, 12:14 PM IST

Sports

Latest News

<p>ବଣାଇ(ଓଡ଼ିଶା ରିପୋର୍ଟର): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ। ପୁଣି ଥରେ ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସ୍କୁଲର ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଛାତ୍ରୀ। &nbsp;ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ବନ୍ଧାଭୁଇଁ ଜେମାମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୋଧରେ।</p><p>ଏହି ବିଦ୍ୟାଳୟର କିଛି ଛାତ୍ରୀ ବଣାଇ ଗୋଗୁଆ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ତେଣୁ ପରୀକ୍ଷା କେନ୍ଦ୍ର ନିକଟରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଗତ ଫେବ୍ରୁଆରୀ ୨୩ ତାରିଖରେ ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇବା ସହ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଏନେଇ ଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇବା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଟିକାୟତପାଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଅଭିଭାବକ। &nbsp;ମାମଲାରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପ୍ରଧାନଶିକ୍ଷକଙ୍କ ନାଁରେ ମାମାଲା ରୁଜୁ ହୋଇଛି। &nbsp;ଘଟଣା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର ହୋଇଯାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos